ଜାମା ମସଜିଦ୍‌ ପୁଣି ହୋଇପାରେ ବନ୍ଦ: କରୋନା ସଂକ୍ରମଣରେ ଶାହି ଇମାମ୍‌ଙ୍କ ସଚିବଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୦।୬: ଦିଲ୍ଲୀରେ କରୋନା ସଂକ୍ରମଣର କାୟା ବଢ଼ିଚାଲିଛି। ଏପରିସ୍ଥଳେ ଜାମା ମସଜିଦ୍‌ ପୁଣି ବନ୍ଦ କରାଯିବାର ଆଶଙ୍କା ରହିଥିବା ଶାହି ଇମାମ୍‌ ସୟଦ୍‌ ଅହମଦ୍‌ ବୁଖାରି ବୁଧବାର କହିଛନ୍ତି। ତାଙ୍କ ସଚିବ ଅମାନୁଲାହଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିବା ପରେ ଇମାମ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ରାତିରେ ସଫଦରଜଙ୍ଗ ହସ୍ପିଟାଲରେ ଅମାନୁଲାହଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୨ ମାସ ବନ୍ଦ ରହିବା ପରେ ଜୁନ୍‌ ୮ରେ ଜାମା ମସଜିଦ୍‌ ଖୋଲା ଯାଇଥିଲା। ମସଜିଦ୍‌ ନ ଆସି ଘରେ ନମାଜ ପାଠ କରିବାକୁ ଇମାମ୍‌ ମୁସଲମାନ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Share