Categories: ଖେଳ

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬ ମିଟର ଦୂରତା ହାସଲ କରିଛନ୍ତି। କହୁଣୀରେ ଅସ୍ତ୍ରୋପଚାର ପରେ ସେ ପ୍ରଥମ ଥର ପାଇଁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଆହତ ସମସ୍ୟା ଯୋଗୁ ୨୨ ବର୍ଷୀୟ ଜାଭେଲିନ ଥ୍ରୋୟର ୨୦୧୯ର ପ୍ରାୟ ସିଜନରେ ଖେଳିପାରି ନ ଥିଲେ।

Share