Posted inଖେଳ

ଜାପାନ କ୍ରୀଡ଼ାପ୍ରେମୀଙ୍କ ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ ପ୍ୟାକେଜ

ଟୋକିଓ,୨୩।୮(ଏପି): ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କ ପକ୍ଷରୁ ଜାପାନର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାକେଜ ଘୋଷଣା କରାଯାଇଛି। ୬.୩୫ ନିୟୁତ ୟେନ ମୂଲ୍ୟର ପ୍ୟାକେଜ ମାଧ୍ୟମରେ ଉପଭୋକ୍ତାମାନେ ଉଦ୍‌ଘାଟନୀ ଉତ୍ସବରୁ ଆରମ୍ଭ କରି ୯ ଦିନ ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟ ସହ ଉଦ୍‌ଯାପନୀ ଉତ୍ସବର ମଜା ନେଇପାରିବେ। ଏହି ପ୍ୟାକେଜର ମୂଲ୍ୟ ୬୦ ହଜାର ଆମେରିକୀୟ ଡଲାର, ଯାହା ଭାରତୀୟ ମୁଦ୍ରାରେ ୪୩.୦୯ ଲକ୍ଷ ଟଙ୍କା। ତେବେ ପରିବାର ଓ ବନ୍ଧୁଙ୍କ ସହ ଅଲିମ୍ପିକ୍ସ ଉପଭୋଗ କରିବାକୁ ଚାହୁଁଥିବା କ୍ରୀଡ଼ାପ୍ରେମୀଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ୟାକେଜ ଉପଭୋକ୍ତାଙ୍କୁ ସ୍ବତନ୍ତ୍ର ସାମ୍ପେୟାନ, ବିୟର, ଓ୍ବାଇନ, ଅନ୍ତର୍ଜାତୀୟ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ରାତ୍ରୀଭୋଜନ, ଭିଆଇପି ପାସ, ଉଦ୍‌ଘାଟନୀ ଦିବସର ମୁଖ୍ୟ ଅତିଥିଙ୍କ ସହ ଫଟୋ ଉଠାଇବାର ସୁବିଧା ଆଦି ପ୍ରଦାନ କରାଯିବ। ଏହାବାଦ୍‌ ଏକ ଶସ୍ତା ପ୍ୟାକେଜ ମଧ୍ୟ ରଖାଯାଇଛି, ଯେଉଁଥିରେ ଉପଭୋକ୍ତାଙ୍କୁ କମ୍‌ ଲୋକପ୍ରିୟତା ଇଭେଣ୍ଟର କେବଳ ଏକ ସେସନ ଦେଖିବାକୁ ସୁଯୋଗ ଦିଆଯିବ। ଆସନ୍ତା ବର୍ଷ ଏଠାରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଟିକେଟ୍‌ ଚାହିଦା ଅହେତୁକ ବୃଦ୍ଧି ପାଉଛି। ଏଣୁ ଟିକେଟ କଳାବଜାରୀ ହେବାର ବିଶେଷ ସମ୍ଭାବନା ରହିଛି। ଏଥିସହିତ ବୃଦ୍ଧି ପାଉଛି ସେଠାକାର ହୋଟେଲ ରେଟ୍‌। ନିର୍ଦ୍ଦିଷ୍ଟ ଭାବେ ଆମେରିକା ଓ ୟୁରୋପର କ୍ରୀଡ଼ାପ୍ରେମୀଙ୍କୁ ଦୃଷ୍ଟିରେ ରଖି ରେଟ୍‌ ବଢ଼ାଯାଉଛି। ଏଥିଯୋଗୁ ଏହା ସବୁଠୁ ବ୍ୟୟବହୁଳ ଅଲିମ୍ପିକ୍ସ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri