ଜାପାନୀ ଜ୍ୱର ଭୟ: ମଢିଆଳି ଗାଁରେ ପହଞ୍ଚିଲେ ଚିକିତ୍ସକ ଦଳ

ଭଣ୍ଡାରିପୋଖରୀ, ୨୨ା୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମରେ ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ରଖି ଚିକତ୍ସା କରାଯାଉଛି। ଏହି ସୂଚନାକୁ ଆଧାର କରି ମଙ୍ଗଳବାର ଭଦ୍ରକ ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରୁ ଏକ ଚିକିତ୍ସକ ଦଳ ଏଠାରୁ ୧୫ କି.ମି. ଦୂର ମଢିଆଳି ଗ୍ରାମକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନେ ପରିବେଶ, ପାନୀୟ ଜଳଉତ୍ସ, ଗ୍ରାମରେ ମଶା ଅଣ୍ଡା ଦେବାଭଳି ପାଣି ଜମୁଥିବା ସ୍ଥାନ ଆଦି ବୁଲି ଦେଖିଥିଲେ। ଗ୍ରାମର ପରିବେଶକୁ ସଫାସୁତୁରା ରଖିବା ଲାଗି ସେମାନେ ଲୋକଙ୍କୁ ଡାକି ସଭା କରି ସଚେତନତା ସୃଷ୍ଟି କରିଥିଲେ।

ଜାପାନୀ ଜ୍ୱରର ଚିକତ୍ସା ଲାଗି ଆବଶ୍ୟକ ଔଷଧ ବାହାରି ନ ଥିବାରୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳି ଯାଇଛି। ଏଥିଲାଗି କେହି ଭୟଭୀତ ନ ହେବାକୁ ଡାକ୍ତରୀ ଦଳ ଲୋକଙ୍କୁ ବୁଝାଇ ପରିବେଶକୁ ସଫାସୁତୁରା ରଖିବା ଏବଂ ସଚେତନ ରହିବାକୁ କହିଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ଡ. ମୁରଲୀଧର ନାୟକ, ମ୍ୟାଲେରିଆ ସୁପରଭାଇଜର ସଙ୍ଗୀତା ଦେବତା, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଅନୀତାରାଣୀ ରାଉତ, ସ୍ବାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ ପ୍ରମୁଖ ଏହିଦଳରେ ସାମିଲ ଥିଲେ। ସ୍ବାସ୍ଥ୍ୟକର୍ମୀ ରୁଦ୍ରନାରାୟଣ କବି, ଅଙ୍ଗନୱାଡି କର୍ମୀ ବିଦ୍ୟୁତ୍‌ପ୍ରଭା ବାରିକ, ଶଶିମଣି ଜେନା, ଆଶାକର୍ମୀ ଉର୍ମିଳା ବେହେରା, କୋଇଲୀ ସେଠୀ ପ୍ରମୁଖ ଗ୍ରାମବାସୀଙ୍କ ସହ ସତର୍କତା ଅବଲମ୍ବନ ନେଇ ଆଲୋଚନା କରିଥିଲେ। ଜାପାନୀ ଜ୍ୱରର ମୁକାବିଲା ସକାଶେ ପ୍ରତିଷେଧକ ବ୍ୟବସ୍ଥା ଅପରିହାର୍ଯ୍ୟ। ଏଥିଲାଗି ନଭେମ୍ବର ୧୧ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଚିକିତ୍ସକଦଳ ସୂଚନା ଦେଇଥିଲେ। ଏହାବାଦ ଏକ ବ୍ଲକସ୍ତରୀୟ ସଭା ଆସନ୍ତା ୨୪ ତାରିଖରେ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri