Categories: ଜାତୀୟ

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍‌ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା ରକ୍ତଶର୍କରା ସ୍ତରରେ ଅସ୍ବାଭାବିକତା କିମ୍ବା ଶରୀରରେ ସୋଡିୟମ ଓ ପଟାସିୟମର ଅଭାବ ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା ରାଜ୍ୟ ସରକାର କହିଛନ୍ତି। ମୁଜାଫରପୁରର ଶ୍ରୀକ୍ରିଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ରେ କେବଳ ୪୭ଜଣଙ୍କ ମୃତ୍ୟୁ ହେଲାଣି। କେନ୍ଦ୍ରରୁ ୭ ଜଣିଆ ବିଶେଷଜ୍ଞ ଟିମ୍‌ ପରିସ୍ଥିତି ଅନୁଧ୍ୟାନ ଲାଗି ମୁଜାଫରପୁରରେ ଆସି ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁଙ୍କ ମୃତ୍ୟୁ ପଛରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଲିଚିରେ ମିଶୁଥିବା ବିଷ ପଦାର୍ଥ ଯୋଗୁ ହେଉଛି ବୋଲି ଅନୁମାନ କରାଯାଉଛି। ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଡ୍ରୋମ୍‌ (ଏଇଏସ୍‌) ଅନୁରୂପ ଲକ୍ଷଣ ଯୋଗୁ ୫୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ମୁଜାଫରପୁର ଜିଲାପାଳ ଆଲୋକ ରଞ୍ଜନ ଘୋଷ ସ୍ପଷ୍ଟ କରିଛନ୍ତି। ଶ୍ରୀକୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ୧୪ ଏବଂ କେଜ୍‌ରିଓ୍ବାଲ ମୈତ୍ରୀ ସଦନରେ ୫ ନୂଆ ରୋଗୀ ପହଞ୍ଚତ୍ଛନ୍ତି, ଯେଉଁମାନେ ଏନ୍‌ସେଫାଲାଇଟ୍ସରେ ପୀଡିତ ବୋଲି ଆଶଙ୍କା କରାଯାଉଛି। ଏପର୍ଯ୍ୟ ମୋଟ ୧୭୯ଜଣ ଏହି ରୋଗରେ ପୀଡିତ ହୋଇଛନ୍ତି ବୋଲି ଜଣାପଡିଛି।

Share