ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ

ନୂଆପଡା ଅଫିସ,୨ା୧୦- ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ରକ୍ତଭଣ୍ଡାର ପକ୍ଷରୁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ରକ୍ତଭଣ୍ଡାର ମୁଖ୍ୟ ଡା. ଲଳିତ ମୋହନ ବିଶି ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ଡା. ବି. ବି. ଜଗତ, ଡିପିଏମ ବିଶ୍ୱମ୍ବର ବେହେରା, ଜିଲା ଲେପ୍ରୋସି ଅଧିକାରୀ ଡା. ରାଧାରମଣ ବିରତିଆ, ଅତିରକ୍ତ ଏସପି ସୁନୀଲ କୁମାର ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ରକ୍ତଦାନର ଉପକାରୀତା ଏବଂ କିପରି ରକ୍ତଦାନକୁ ପ୍ରୋତ୍ସାହିତ କରାଯାଇ ପାରିବ ସେ ଉପରେ ଅତିଥିମାନେ ବୁଝାଇଲେ। ଏହି ଅବସରରେ ରକ୍ତଦାନ ଉପରେ ବିଶେଷ ଭୂମିକା ରଖିଥିବା ସ୍ବେଚ୍ଛାସେବୀ ଓମପ୍ରକାଶ କଲାର, କିଶୋର କୁମାର ପରିଡା, ମନୋଜ କୁମାର ଡାଗା, ଶିକ୍ଷକ କୈଳାସ କୁମାର ନାଏକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ସ୍ଥାନୀୟ ବଟକୃଷ୍ଣ କଲେଜ ଅଫ ଫାର୍ମାସୀର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଏଡିପିଏଚସିଓ ରୁକ୍ମଣୀ ବେହେରା, ଶରତ କୁମାର ବେଜୋ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।