Posted inଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ପୁଲ୍‌ ‘ଏ’ର ଏକ ଲିଗ୍‌ ମ୍ୟାଚରେ ଓଡ଼ିଶା ୨-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଲିଗ୍‌ ମ୍ୟାଚ ଶେଷ ହେବା ସହ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶା ୩ୟ କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ରକୁ ଭେଟିବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ-କର୍ନାଟକ, ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଉତ୍ତର ପ୍ରଦେଶ-ପଞ୍ଜାବ ଏବଂ ଚତୁର୍ଥ କ୍ୱାର୍ଟର ଫାଇନାଲରେ ହରିୟାଣା ଓ ତାମିଲନାଡ଼ୁ ମଧ୍ୟରେ ମୁକାବିଲା ହେବ। କ୍ୱାର୍ଟର ଫାଇନାଲ ମ୍ୟାଚ ଗୁଡ଼ିକ ବୁଧବାର ଅନୁଷ୍ଠିତ ହେବ।
ଓଡ଼ିଶା-ପଞ୍ଜାବ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ପ୍ରଥମ ମିନିଟରେ ଅଧିନାୟିକା ନଭନୀତ କୌରଙ୍କ ଗୋଲ ବଳରେ ପଞ୍ଜାବ ଅଗ୍ରଣୀ ହାସଲ କରି ଓଡ଼ିଶା ଉପରେ ଚାପ ପ୍ରୟୋଗ କରିଥିଲା। ମାତ୍ର ଓଡ଼ିଶା ଚାପକ ନ ଆସି କାଳବିଳମ୍ବ ନ କରି ପ୍ରତିଆକ୍ରମଣ ରଣନୀତିରେ ସେହି ୧ମ ମିନିଟରେ ହିଁ ଗୋଲଟି ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲା। ଆଜମିନା କୁଜୁର ଦଳ ପକ୍ଷରୁ ଏହି ଗୋଲଟି ଦେଇଥିଲେ। ଏହାପରେ ଆକ୍ରମଣାତ୍ମକ ରଣନୀତିରେ ଖେଳି ଉଭୟ ଦଳ ଏକାଧିକ ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଫଳରେ ମ୍ୟାଚରେ ଉତ୍କଣ୍ଠା ଭରି ରହିଥିଲା। ମ୍ୟାଚର ୨୦ତମ ମିନିଟରେ ଓଡ଼ିଶା ଅଧିନାୟିକା ଅସ୍ମିତା ବାର୍ଲା ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ପଞ୍ଜାବ ଗୋଲ ପରିଶୋଧ କରିବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ହେଁ ଓଡ଼ିଶା ରକ୍ଷଣଭାଗ ଖେଳାଳିମାନେ ତାହା ହେବାକୁ ଦେଇ ନ ଥିଲେ। ଝାଡ଼ଖଣ୍ଡ ଓ ତାମିଲନାଡ଼ୁ ମଧ୍ୟରେ ଅନୁଷ୍ଠିତ ଅନ୍ୟ ପୁଲ୍‌ ‘ଏ’ ମ୍ୟାଚଟି ୩-୩ ଗୋଲରେ ଡ୍ର ରହିଥିଲା। ଝାଡ଼ଖଣ୍ଡ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ତାମିଲନାଡ଼ୁ ସଫଳ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ଡ୍ର ରଖିଥିଲା। ପୁଲ୍‌ ‘ବି’ର ଏକ ମ୍ୟାଚରେ ହରିୟାଣା ଚମତ୍କାର ପ୍ରଦର୍ଶନ କରି ୧୨-୨ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଅମନଦୀପ କୌର(୯, ୧୩, ୧୫ତମ ମିନିଟ) ଏବଂ ଦୀପିକା (୧୦, ୧୨ ଓ ୧୭ତମ ମିନିଟ) ସର୍ବାଧିକ ୩ଟି ଲେଖାଏ ଗୋଲ ସ୍କୋର କରିଥିଲେ। ଏହି ଗ୍ରୁପର ଅନ୍ୟ ଏକ ମ୍ୟାଚରେ ମହାରାଷ୍ଟ୍ର ୫-୨ ଗୋଲରେ କର୍ନାଟକକୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri