Posted inଜାତୀୟ

ଜାତୀୟ ଶିକ୍ଷାନୀତି ଚିଠା ଚୂଡ଼ାନ୍ତ

ନୂଆଦିଲ୍ଲୀ,୩୦ା୧୦: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହେବାର ପ୍ରାୟ ୫ ମାସ ପରେ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ ସାର୍ବଜନୀନ କରାଯାଇଛି। ୫୫ ପୃଷ୍ଠା ସମ୍ବଳିତ ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୧୯ର ଏହି ଚୂଡ଼ାନ୍ତ ଚିଠାକୁ ମେ-୨୦୧୯ ସଂସ୍କରଣ(୪୮୦ ପୃଷ୍ଠା) ପରିବର୍ତ୍ତେ ବ୍ୟବହାର କରାଯିବ। ଏଥିରେ କେତେକ ସଂସ୍ଥା, ନିୟନ୍ତ୍ରକ ଓ ସରକାରଙ୍କ ଶାଖା ପାଇଁ ଗାଇଡ୍‌ଲାଇନ୍‌ ରହିଛି। ଶିକ୍ଷା ଅଧିକାର (ଆର୍‌ଟିଇ) ଆଇନକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ଥିବା ପ୍ରସ୍ତାବକୁ ଏଥିରୁ ବାହାରେ ରଖାଯାଇଛି। ଏନେଇ ବିଚାର କରାଯିବ ବୋଲି ଏନ୍‌ଇପିରେ କୁହାଯାଇଛି। ସେହିପରି ପାଠ୍ୟକ୍ରମର ବୋଝ କମାଇବା ଓ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାନ ବୃଦ୍ଧି ଉପରେ ମଧ୍ୟ ନୂଆ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଯାତ୍ରା ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: ନିଷ୍ପତ୍ତି ଯାହା…

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର…

ମିଳିତ ଜନ ଅଭିଯୋଗ ଶୁଣାଣି : ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ଆଦିତ୍ୟ…

ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ବାଲିଗୁଡା,୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଆଉଟ ପୋଷ୍ଟ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ପଇଡ଼ ବୋଝେଇ ଟ୍ରକ୍‌ରୁ…

କାମସାରି ଘରକୁ ଫେରୁଥିଲେ ଶ୍ରମିକ, ରାସ୍ତାରେ ଗଲା ଜୀବନ 

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ପେଟ୍ରୋଲ ପମ୍ପ  ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ…

ପୂର୍ବତନ ସେନାମୁଖ୍ୟଙ୍କ ଅପ୍ରକାଶିତ ବହିକୁ ନେଇ ଲୋକସଭାରେ ଝଡ଼

ନୂଆଦିଲ୍ଲୀ,୨।୨: ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଏମ.ଏମ. ନରଭାଣେଙ୍କ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’କୁ ନେଇ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ସୋମବାର ଲୋକସଭାରେ ଶାସକ…

ବିବିସି ସ୍ପୋଟର୍‌ସ ଆଓ୍ବାର୍ଡ ଦୌଡ଼ରେ ରହିଛନ୍ତି ଭାରତର ଏହି ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨ା୨: ବିବିସି ଇଣ୍ଡିଆନ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ୨୦୨୫ ପାଇଁ ଦୌଡ଼ରେ ଯେଉଁ ଖେଳାଳିମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ଭାରତର ଐତିହାସିକ ୨୦୨୫…

‘ଚାଷୀଙ୍କ ପ୍ରତି ଉପହାସ ଚଳିବ ନାହିଁ’, ସରକାରଙ୍କୁ ଧୋଇଲେ ବିଜେଡି ବିଧାୟକ, କହିଲେ…

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋ଼ତୁ ୨୦୨୫-୨୬ରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ୍‌ ମାରିଥିବାରୁ ଜିଲାରେ ଚାଷୀ ଭାଇମାନେ ଧାନ ବିକିବା ପାଇଁ…

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri