ଜାତୀୟ ରାଜପଥ ଅବରୋଧ କଲେ ଚାଷୀ: ମଣ୍ଡିରେ ଧାନ କିଣାରେ ବିଳମ୍ବ ନେଇ ଅସନ୍ତୋଷ

ବିରିଡି (ଡି.ଏନ୍‌.ଏ.)/ବାଲିଆ, ୨୭।୨: ବିରିଡ଼ି ବ୍ଲକ ଅଧୀନ ଉତ୍ତରଶାସନ ସମବାୟ ସମିତିରେ ଧାନକିଣାରେ ବିଳମ୍ବ ନେଇ ବୁଧବାର ଚାଷୀମାନେ କନ୍ଦରପୁର-ନୂଆଗଁ। ୫୫ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଜୀକୃତ ଚାଷୀମାନେ ୨ ମାସ ଧରି ମଣ୍ଡି ବାହାରେ ଧାନ ପକାଇ ରଖିଥିଲେ ବି ମିଲର୍‌ ଧାନ ନେଉନାହାନ୍ତି। ଅନ୍ୟପଟେ ଧାନ ବିକ୍ରି ପାଇଁ ବହୁଦିନ ଅପେକ୍ଷା କରିବା ପରେ ବି ଚାଷୀଙ୍କୁ ଟୋକନ ଦିଆ ନଯିବା ଓ ଟୋକନ ମିଳିବାର କିଛି ଘଣ୍ଟା ପରେ ଆପେ ଆପେ ରଦ୍ଦ ହୋଇଯିବା ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ତେବେ ମଣ୍ଡିରେ ଅବ୍ୟବସ୍ଥା ପାଇଁ ଚାଷୀମାନେ ବୁଧବାର ପୂର୍ବାହ୍ନରୁ କନ୍ଦରପୁର-ନୂଆଗଁ। ଜାତୀୟ ରାଜପଥ ଅବରୋଧ କରିଥିଲେ। ଚାଷୀମାନେ ରାସ୍ତା ଉପରେ ବସି ରହିବା ଯୋଗୁ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ିମୋଟର ଅଟକି ରହିଥିଲା। ଖବରପାଇ ସହକାରୀ ସମବାୟ ନିବନ୍ଧକ ବିଜୟ ସାମଲ, ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର, ଏମ୍‌ଆର୍‌ ମୋଚ୍ଚିରାମ ଦାସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ କିଣାଯିବ ଓ ରଦ୍ଦ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ହାଜିପୁର ସରପଞ୍ଚ ବିମଳ ସେଠୀ, ଶଙ୍ଖପୁର ସରପଞ୍ଚ ରଶ୍ମିରଞ୍ଜନ ବେହେରା, ସମିତିସଭ୍ୟ ବିଶ୍ୱରଞ୍ଜନ କରଙ୍କ ସମେତ ଯୋଗେନ୍ଦ୍ର ମହାପାତ୍ର, ଭାଗ୍ୟଧର ରାଉତ, ଭରତ ଚନ୍ଦ୍ର ମଲ୍ଲିକ, ଶିବପ୍ରସାଦ ଜେନା, ସରୋଜ ଜେନା, ନୀରୋଦ ଚନ୍ଦ୍ର ସାହୁ, ଦିଲୀପ କୁମାର ରାୟ, ଅକ୍ଷୟ କୁମାର ଜେନା, ଆଲୋକ ରଞ୍ଜନ ଦାସ, ଧୀରେନ୍ଦ୍ର ବେହେରା, ବିଧାନ ଚନ୍ଦ୍ର ଜେନା, ଦିଲୀପ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, ଅରୁଣ କୁମାର ଜେନା, ବାଦଲ କୁମାର ଜେନା, ସନ୍ଦୀପ ରାୟ, ସ୍ବାଧୀନ ଜେନା, ସୌଭାଗ୍ୟ ଜେନା, ସମରେଶ୍ୱର ଜେନା, କ୍ଷୀରୋଦ ସାହୁ, ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri