ଜାତୀୟ ରାଜପଥରେ ଲୁଟେରା ସକ୍ରିୟ : ୫ ବର୍ଷରେ ୯ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩୦।୮ : ଖୋର୍ଦ୍ଧା ଜିଲା ଦେଇ ଅତିକ୍ରମ କରିଥିବା କୋଲକାତା-ମାଡ୍ରାସ ୧୬ ନଂ. ଓ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ଦିନବେଳା କାଁ ଭାଁ ଲୁଟ୍‌ ହେଉଥିବାବେଳେ ସନ୍ଧ୍ୟାରେ ରାଜପଥ ନିରାପଦ ନୁହେଁ। ଗତ ୫ ବର୍ଷ ମଧ୍ୟରେ ଲୁଟ୍‌ ବେଳେ ବାଇକରୁ ଖସି ୯ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ବିଭିନ୍ନ ଲୁଟ୍‌ ସମୟର ତରିକାକୁ ଅନୁଧ୍ୟାନ କଲେ ଲୁଟେରାଙ୍କ ଟାର୍ଗେଟରେ ବାଇକ୍‌ ରହିଥିବା ସ୍ପଷ୍ଟ ହୋଇଛି। କାରଣ ବାଇକ୍‌ରେ ଯାଉଥିବା ଯାତ୍ରୀଙ୍କଠାରୁ ଲୁଟ୍‌ କଲେ ଧରା ପଡିବାର ଭୟ ନାହିଁ। ଲୁଟେରାମାନେ ବନ୍ଧୁକ ଦେଖାଇ ଟଙ୍କା, ସୁନା, ରୁପ ଅଳଙ୍କାର ସହ ବାଇକ ମଧ୍ୟ ଲୁଟି ନେଉଛନ୍ତି। ଲୁଟେରାମାନଙ୍କୁ କାବୁ କରିବାକୁ ପୋଲିସର ପଦକ୍ଷେପ ନାହିଁ। ପାଟ୍ରୋଲିଂ ନ ଥିବାରୁ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଦୁଇ ରାଜପଥ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଲୁଟ୍‌ ହୋଇ ସାରିଲାଣି। ତେବେ ବେଶି ଲୁଟ୍‌ ହେଉଛି ୧୬ ନଂ. ଜାତୀୟ ରାଜପଥରେ। ୧୬ ନଂ. ଜାତୀୟ ରାଜପଥର ଖୋର୍ଦ୍ଧା ଆଦର୍ଶ ଥାନାର ପିତାପଲ୍ଲୀ ଛକଠାରୁ ବାଣପୁର ଥାନାର ହାଟବରଡିହ ଛକ ପର୍ଯ୍ୟନ୍ତ ଲୁଟେରାମାନେ ସେମାନଙ୍କର ରାଜ୍‌ ଚଳାଇଛନ୍ତି। ଲୁଟ୍‌ ପରେ ଲୁଟେରାମାନେ ନୟାଗଡ ଓ ଗଞ୍ଜାମ ଜିଲା ସୀମାକୁ ଚାଲି ଯାଉଛନ୍ତି। ଏହି ରାଜପଥ ଅଞ୍ଚଳରେ ଖୋର୍ଦ୍ଧା ଆଦର୍ଶ ଥାନା, ଖୋର୍ଦ୍ଧା ସଦର ଥାନା, ଜଙ୍କିଆ ଥାନା, ନିରାକାରପୁର ଥାନା, ଟାଙ୍ଗୀ ଥାନା, ବାଲୁଗାଁ ଥାନା ଓ ବାଣପୁର ଥାନା ଏବଂ ନୟାଗଡ ଜିଲାର ଚାନ୍ଦପୁର ଥାନା ରହିଥିଲେ ହେଁ ଅପରାଧୀଙ୍କୁ ରୋକ୍‌ ଲଗାଇ ପାରୁନି। ସେହିପରି ୫୭ ନଂ. ଜାତୀୟ ରାଜପଥରେ ଖୋର୍ଦ୍ଧା ଆଦର୍ଶ ଥାନା, ବାଘମାରୀ ଥାନା, ବେଗୁନିଆ ଥାନା, ବୋଲଗଡ ଥାନା ଏବଂ ନୟାଗଡ ଜିଲାର ରଣପୁର ଥାନାର ସୁନାଖଳା ଫାଣ୍ଡି ଆସୁଛି। ଏହି ରାସ୍ତାରେ ଲୁଟେରାମାନେ ମଧ୍ୟ ପୋଲିସକୁ ଚକମା ଦେଖାଇ ଲୁଟ୍‌ କରି ଚାଲିଛନ୍ତି। ଗତ ୨ ମାସ ମଧ୍ୟରେ ୯ ଟି ଲୁଟ୍‌ ହୋଇ ସାରିଲାଣି। ଲୁଟେରାମାନେ ଖୋର୍ଦ୍ଧା ଜିଲାର ସଡକ ପଥରେ ଲୁଟ୍‌ କରି ନୟାଗଡ ଜିଲାକୁ ଚାଲି ଯାଉଛନ୍ତି। ଅପରପକ୍ଷେ ୧୬ ନଂ. ଜାତୀୟ ରାଜପଥରେ ୬ ଜଣଙ୍କର ଓ ୫୭ ନଂ ଜାତୀୟ ରାଜପଥରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ତାରିଖରେ ଜଣେ ମହିଳାଙ୍କଠାରୁ ଲୁଟ୍‌ ହୋଇଥିଲା। ମହିଳା ଜଣକ ବାଇକ୍‌ର ପଛପାଖରେ ବସିଥିବାବେଳେ ଲୁଟେରାମାନେ ଠେଲି ଦେଇ ଲୁଟ୍‌ କରିଥିଲେ। ତେବେ ଚଳନ୍ତା ବାଇକରୁ ଖସି ମହିଳା ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri