ଜାତୀୟ ଯୁବ ଦିବସ: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପୁରୀ ଅଫିସ,୧୨।୧: ଜାତୀୟ ଯୁବ ଦିବସ ଅବସରରେ ଦିଗବାରେଣୀ ଖୁଣ୍ଟିଠାରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ରବିବାର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଛି। ଭାରତ ବିକାଶ ପରିଷଦ, ପୁରୀ ସେବାସମିତି, ରାମକୃଷ୍ଣ ମିଶନ, ନେହେରୁ ଯୁବକେନ୍ଦ୍ର, ମିଶନ ଓଡ଼ିଶା, ପୂଜ୍ୟପୂଜା ସଂସଦ, ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏନ୍‌ସିସି କ୍ୟାଡେଟ୍‌, ସେଣ୍ଟଜୋନ ଆମ୍ବୁଲାନ୍ସ ଜଗନ୍ନାଥ ଧାମ, ଜଗନ୍ନାଥ ବେଦକର୍ମକାଣ୍ଡ ପକ୍ଷରୁ ପୁରୀ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ ଦାଶ, କୃଷ୍ଣ ଜଗ୍‌ଦେବ, ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ବାମୀ ଆପ୍ତେଶ୍ବରାନନ୍ଦ, ପୂଣ୍ଣ ଖୁଣ୍ଟିଆ, ଡ. ଜଗବନ୍ଧୁ ମିଶ୍ର, ଶରତଜୟ ସିଂହ, ଛାତ୍ରୀଛାତ୍ର ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।