Posted inଫୁରସତ

ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ

ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା ରମଣ ପ୍ରଭାବର ଆବିଷ୍କାରକୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ସାର୍‌ ସି. ଭି. ରମଣ ୨୮ ଫେବୃୟାରୀ ୧୯୨୮ରେ ରମଣ ଇଫେକ୍ଟ ବା ରମଣ ପ୍ରଭାବ ଆବିଷ୍କାର ସମ୍ପର୍କରେ ଘୋଷଣା କରିଥିଲେ। ଏଥିତ୍ପାଇଁ ତାଙ୍କୁ ୧୯୩୦ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସି .ଭି.ରମଣ, ସତ୍ୟେନ୍ଦ୍ରନାଥ ବୋଷ, ଜଗଦୀଶ ଚନ୍ଦ୍ର ବୋଷ ଓ ମେଘନାଦ ଶାହା ଭାରତୀୟ ବିଜ୍ଞାନକୁ ମାର୍ଗ ଦେଖାଇଛନ୍ତି। ବିଶ୍ୱ ବିଜ୍ଞାନ ଦରବାରରେ ଭାରତକୁ ଅଧିଷ୍ଠିତ କରିବାରେ ସେମାନଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ବିଜ୍ଞାନର ବିକାଶ ଭାରତରେ ଦାରିଦ୍ର୍ୟ ଦୂର କରିବାରେ ସହାୟକ ହୋଇପାରିଛି। ମହାକାଶ ବିଜ୍ଞାନ ଦୌଡ଼ରେ ସୁପର୍‌ପାଓ୍ବାରଙ୍କ ସମକକ୍ଷ ହେବା ଲାଗି ଏବେ ଭାରତ ଅଗ୍ରସର ହୋଇଛି। ବିଜ୍ଞାନର ବିକାଶ ଦେଶର ବିକାଶକୁ ତ୍ୱରାନ୍ବିତ କରିଛି। ଶିଳ୍ପରେ ବି ବିଶ୍ୱସ୍ତରରେ ଭାରତ ଅଭୂତପୂର୍ବ ସଫଳତା ପାଇବାରେ ଲାଗିଛିି।
ବୈଜ୍ଞାନିକ ଡି. ଯୋଗେଶ୍ୱର ରାଓ କହିଥିଲେ-‘ଆମଠାରେ ରହିଛି ଯଥେଷ୍ଟ ବୈଜ୍ଞାନିକ ମନୋଭାବ। ଏଠାରେ ବିଜ୍ଞାନ ପରିବେଶ ମଧ୍ୟ ବେଶ୍‌ ଅନୁକୂଳ। ତେଣୁ ‘ଜ୍ଞାନ ଉପତ୍ାଦନ’ କରିବାରେ ଆମେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିପାରିବୁ। ଅବଶ୍ୟ ଆମକୁ ଏଥିପାଇଁ ‘ଉପତ୍ାଦନ’ କରିବା ପାଇଁ ପଡିବ ଯଥେଷ୍ଟ ସଂଖ୍ୟାରେ ଉତ୍ସର୍ଗୀକୃତ ବିଜ୍ଞାନୀ ଓ ପ୍ରଯୁକ୍ତିବିଦ୍ୟାବିଦ୍‌।’ କୁଶଳୀ ‘ବିଜ୍ଞାନୀ-ବଳ’ ସଂଗ୍ରହ କରିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ଗୁଣାମତ୍କ ଉନ୍ନତି କରିବା ଅପରିହାର୍ଯ୍ୟ। ଏବେ ୩୦୦ରୁ ଅଧିକ ଭାରତୀୟ ବିଶ୍ୱ ବିଦ୍ୟାଳୟଗୁଡିକରେ ରହିଛନ୍ତି ସଢେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବିଜ୍ଞାନ ଛିତ୍ର। ଦେଶରେ ଆଇଆଇଟି ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନଗୁଡିକ ବିଶ୍ୱରେ ଯଥେଷ୍ଟ ମାନ୍ୟତା ଲାଭ କରିଛି। ତେବେ ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ଉପରେ ଏହି ଦିବସ ଗୁରୁତ୍ୱ ପ୍ରାଦନ କରିଆସୁଛି। ପ୍ରୟୋଗାମତ୍କ ବିଜ୍ଞାନ ମୌଳିକ ବିଜ୍ଞାନକୁ ଆଧାର କରି ପୁଷ୍ଟ ହୋଇଥାଏ। ସୁତରାଂ ମୌଳିକ ବିଜ୍ଞାନର ବିକାଶ ନ ହେଲେ ପ୍ରୟୋଗାମତ୍କ ବିଜ୍ଞାନର ମୂଳଦୁଆ ସୁଦୃଢ ହୋଇପାରିବନାହିଁ। ଏଣୁ ବିଜ୍ଞାନ ଦିବସରେ ଏହା ଉପରେ ଗଭୀର ଅନୁଚିନ୍ତାର ଆବଶ୍ୟକତା ରହିଛି। ଏବେ ଦେଶରେ ବିଜ୍ଞାନ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ଓ ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ପାଠ୍ୟକ୍ରମକୁ ବିଜ୍ଞାନାଭିମୁଖୀ କରଯିବା ଆବଶ୍ୟକ। ଆମ ଦେଶରେ ଉତ୍ସର୍ଗୀକୃତ ବୈଜ୍ଞାନିକମାନଙ୍କର ଅଭାବ ନାହିଁ। ତେବେ ସେମାନଙ୍କ ଜ୍ଞାନ ଓ ଗବେଷଣାକୁ ପୁଞ୍ଜି କରି ଦେଶ ଆଗକୁ ଯିବାର ସମୟ ଏବେ ଉପନୀତ। ଭାରତ ବିଜ୍ଞାନ ରାସ୍ତାରେ କ୍ଷୀପ୍ର ବେଗରେ ଢେର ଆଗକୁ ମାଡିଚାଲିଛି। ଆଉ କିଛି ବର୍ଷ ମଧ୍ୟରେ ବିଶ୍ୱରେ ଏକ ମହାଶକ୍ତି ରୂପେ ଭାରତ ଉଭା ହେବ ଏହା ଦୃଢତାର ସହ କୁହାଯାଇପାରେ। ୨୦୨୦ ପାଇଁ ଏହି ଦିବସର ସ୍ଲୋଗାନ ରହିଛି‘ବିଜ୍ଞାନରେ ମହିଳା’।
– ଡା. ନିତ୍ୟାନନ୍ଦ ସ୍ବାଇଁ
ସେକ୍ଟର-୬,ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri