ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ପାରାଦୀପ,୩ା୧୨(ସ୍ବ.ପ୍ର.): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୋମବାର ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ ହୋଇଛି। ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ସଭାରେ ଶିଳ୍ପସଂସ୍ଥା ପ୍ରତିନିଧି, ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟ ପ୍ରମୁଖ ଭାଗ ନେଇଥିଲେ। ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାରେ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ଡା. ଦେବଦତ୍ତ ସାମନ୍ତରାୟ, ରୋହିତ କୁମାର ମହାପାତ୍ର, ହାରାମଣି ମହାପାତ୍ର ପ୍ରମୁଖ ଯୋଗଦେଇ ପାରାଦୀପର ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ବାହୀ ଅଧିକାରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଲୋକେ କ୍ରିଟିକାଲ ପ୍ରଦୂଷଣ ସମ୍ପର୍କରେ ସମାଲୋଚନା ନ କରି ପର୍ଯ୍ୟଟନ, ସୌନ୍ଦର୍ଯ୍ୟତା, ବିକାଶ ସମ୍ପର୍କରେ ଭାବିବାକୁ ଆହ୍ବାନ ଦେଇଥିଲେ। ପରେ ପ୍ରଦୂଷଣ ସମ୍ପର୍କରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପରିବେଶ ଯନ୍ତ୍ରୀ ପ୍ରଦୀପ ରାଉତ ଧନ୍ୟବାଦ ଦେଇଥିଲେ। ସେହିପରି ଆହ୍ବାନ କମ୍ବାଇନ୍ସ ନାମକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲ।