ଜାତୀୟ କ୍ୟାମେରା ଦିବସରେ ସ୍ବତନ୍ତ୍ର ପ୍ରଦର୍ଶନୀ: ବହୁ ବିରଳ କ୍ୟାମେରା ପ୍ରଦର୍ଶିତ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ପୋଲାରଏଡ୍‌ କ୍ୟାମେରାରୁ ଆରମ୍ଭକରି ଷ୍ଟୁଡିଓ ପ୍ଲେଟ୍‌ କ୍ୟାମେରା, ୟାଶିକାରୁ ହାଇମାକ୍ସ ପର୍ଯ୍ୟନ୍ତ। କ୍ୟାମେରା ଉଦ୍ଭାବନ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ଶତାଧିକ ଡିଜାଇନ୍‌ର ପୁରାତନ କ୍ୟାମେରା ଦେଖିବାକୁ ମିଳିଥିଲା ଗୋଟିଏ ସ୍ଥାନରେ। ଜୁନ୍‌ ୨୯ ଜାତୀୟ କ୍ୟାମେରା ଦିବସ ଉପଲକ୍ଷେ ଶନିବାର ସୂଚନା ଭବନଠାରେ ଆୟୋଜିତ ସ୍ବତନ୍ତ୍ର ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା ଏଭଳି ନିଆରା ତଥା ଅଦେଖା ପୁରାତନ କ୍ୟାମେରା।

ଅପରାହ୍ନ ୩ଟା ୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିଲା। ଏଥିରେ ପ୍ରାୟ ୩୦ଟି କମ୍ପାନୀର ଦୁଇଶହରୁ ଊର୍ଦ୍ଧ୍ୱ କ୍ୟାମେରା ସ୍ଥାନ ପାଇଥିଲା। ୧୮୯୨ର ସର୍ବପୁରାତନ କ୍ୟାମେରା ଏଠାରେ ଦେଖିବାକୁ ମିଳିଥିଲା। ଏହାସହ କ୍ୟାମେରାର କ୍ରମବିର୍ତ୍ତନ ସମ୍ପର୍କରେ ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପୋଲାରଏଡ୍‌ କ୍ୟାମେରା, ରୋଲିକଡ୍‌, ମାମ୍ମିୟା C୨୨୦, ମାମ୍ମିୟା C୩୩୦, ରୋଲିଫ୍ଲେକ୍ସ, ଷ୍ଟୁଡିଓ ପ୍ଲେଟ୍‌ କ୍ୟାମେରା, କୋରୋମେଟ୍‌, ଜେନା ବକ୍ସ, କୋଡାକ୍‌ ବ୍ରାଉନି, ବିଲୋରା ବକ୍ସ, ୟାଶିକା, ଲୁବିଟେଲ୍‌ ଭଳି ବହୁ ପୁରାତନ ବ୍ରାଣ୍ଡ୍‌ର କ୍ୟାମେରା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ସେହିଭଳି ୧୯୫୦ରୁ ୨୦୦୦ ମସିହା ମଧ୍ୟରେ କ୍ୟାମେରାର ବ୍ୟବହାର ସର୍ବାଧିକ ବଢିଥିବାବେଳେ ଏହି ସମୟ ମଧ୍ୟରେ ବହୁ ଅତ୍ୟାଧୁନିକ କ୍ୟାମେରା ବଜାରକୁ ଆସିଥିଲା। ଏହି ସମୟ ମଧ୍ୟରେ ୟାଶିକା ଭିଭି ସନ୍‌, ୟାଶିକା ଟାଇଗର୍‌, ୟାଶିକା ଏକ୍ସଏଲ୍‌-୨, ୟାଶିକା ଆବୋକ୍ୟାମ୍‌, କ୍ୟାନନ୍‌ ଡିଏକ୍ସ୍‌, କ୍ୟାନନ୍‌ ଜେନ୍‌, ମକାଇ ଏସ୍‌ଏଲ୍‌, ହାଇମ୍ୟାକ୍ସ, କୋଡାକ୍‌ ରେଟିନା, ଅଲିମ୍ପସ୍‌ ସୁପର୍‌ ଡିଏକ୍ସ, ପ୍ରିମିୟର୍‌, ଆଶିକନ୍‌, ମିନୋଲ୍ଟା ଭଳି କ୍ୟାମେରା ବଜାରକୁ ଆସିଥିବାବେଳେ ଏହାର ବିରଳ କଲେକ୍ସନଗୁଡ଼ିକୁ ଏଠାରେ ଦେଖିବାକୁ ପାଇଥିଲେ ଦେଖଣାହାରୀ। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ପ୍ରଦର୍ଶନୀକୁ ଓଡ଼ିଆ ଫିଲ୍ମ ଜଗତର ଜଣାଶୁଣା ଚେହେରା ତଥା ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଡ. ସନ୍ତୋଷ କୁମାର ମିଶ୍ର ଓ ସହ ଆୟୋଜକ ଡ. ଭବାନୀ ଶଙ୍କର ଆଚାର୍ଯ୍ୟ ଉପସ୍ଥିତ ରହି ବିଭିନ୍ନ କ୍ୟାମେରା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ କ୍ୟାମେରା ସମ୍ବନ୍ଧୀୟ ଏକ ସନ୍ଦର୍ଭ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri