ଜାତୀୟ କନ୍ୟାସନ୍ତାନ ଦିବସ କନ୍ୟା ଏକ ଉଜ୍ଜ୍ୱଳ ତାରକା

ଗଣିଆ,୨୬ା୧(ଡି.ଏନ୍‌.ଏ.): ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ ା କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ ବେଳେ ଯୌତୁକ ପାଇଁ ମା’ବାପାଙ୍କ ଲାଗି ବୋଝ ସାଜିବ। ଏଭଳି ହୀନ ମାନସିକତା ଯୋଗୁ ସମାଜରେ ଦିନକୁ ଦିନ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ୨୦୦୮ରୁ ପ୍ରତିବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ଶନିବାର ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରାଯାଇଛି। ଏଥିରେ ପୁଅ-ଝିଅ ମଧ୍ୟରେ ଥିବା ଅସମାନତା, ବାଲ୍ୟବିବାହ, ବଳାତ୍କାର, ଲିଙ୍ଗ ନିରୂପଣ, ଭ୍ରୂଣହତ୍ୟା ଓ ଦୈନଦିନ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ଭେଦଭାବ ଯୋଗୁ କନ୍ୟା ଶିଶୁମାନେ ଶିକ୍ଷା, ଚିକିତ୍ସା, ପୋଷଣ ପରି ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସମାଜରେ ଲିଙ୍ଗଗତ ବୈଷମ୍ୟ ରହିଥିଲେ ସୁଦ୍ଧା ପୁଅମାନଙ୍କ ତୁଳନାରେ ଝିଅମାନେ ଶିକ୍ଷା, କ୍ରୀଡା, ସାମରିକ, ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଛନ୍ତି। ନାରୀଠାରୁ ସୃଷ୍ଟି ଆରମ୍ଭ। କନ୍ୟାଟିଏ ଭବିଷ୍ୟତରେ ଏକ ଉତ୍ତମ ଝିଅ, ଭଉଣୀ, ସ୍ତ୍ରୀ, ମା’ ଏବଂ ଅନ୍ୟ କେତେ ଭଲ ସମ୍ବନ୍ଧ ସୃଷ୍ଟି କରେ। ସ୍ନେହ ଓ ଯନତ୍ର ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେଲେ କନ୍ୟାଟିଏ ଏକ ଉଜ୍ଜ୍ୱଳ ତାରକା ଭାବେ ପ୍ରସ୍ଫୁଟିତ ହେବ ବୋଲି ଅତିଥିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ରୁଗ୍‌ଣ ମାନସିକଗ୍ରସ୍ତ ମା’ବାପା ମା’ ଗର୍ଭରେ ଥିବା ନିଷ୍ପାପ ଶିଶୁକୁ ହତ୍ୟା କରିବାଠାରୁ ଆରମ୍ଭ କରି କନ୍ୟାଟିକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଚାଲିଛନ୍ତି। କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଏଭଳି ଆଚରଣକୁ ଦୂର କରିବା ସହ ବାଲ୍ୟବିବାହ, ଭ୍ରୂଣହତ୍ୟା ଓ ହିଂସା କିଭଳି ରୋକାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବାଲ୍ୟବିବାହକୁ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତେ ଶପଥ ପାଠ କରିଥିଲେ ା ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ମୁଖ୍ୟଅତିଥି ଓ ସିଡିପିଓ ଲଷ୍ମୀ ଦାସ, ମେଡିକାଲ ଅଫିସର ଡା. ମଧୁସୂଦନ ଦାସ, ଗଣିଆ ସମିତିସଭ୍ୟା ସନ୍ଧ୍ୟାରାଣୀ ସାହୁ, ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ପିଏଚଇଓ କମଳା ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।