ଜାତୀୟ ଏକତା ଦିବସ : ଦେଶର ଏକତା, ଅଖଣ୍ଡତା ଅକ୍ଷୁଣ୍ଣ ରଖିବାକୁ ଶପଥ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷା କର୍ମଚାରୀ ଓ ଛାତ୍ରୀଛାତ୍ର ଉପସ୍ଥିତ ରହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ପାଇଁ ମିଳିତ ଭାବେ ଶପଥ ପାଠ କରିଛନ୍ତି। ଏହି ଅବସରରେ ଶିକ୍ଷକ ଅମିତାଭ ମିଶ୍ର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ଶିକ୍ଷକ ଡ.ଶଶିଧର ବିଶ୍ୱାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।