Posted inଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ: ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ କରିବ ଏଏଫ୍‌ଆଇ

ନୂଆଦିଲ୍ଲୀ,୨୯।୩(ପି.ଟି.)-ଆଗାମୀ ଜୁନ୍‌ରେ ଆୟୋଜନ ହେବାକୁ ଥିବା ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସ୍ଥଗିତ ରଖିବାକୁ ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିଷ୍ପତ୍ତି ନେଇଛି। ଦେଶ ତଥା ସାରା ବିଶ୍ୱରେ କୋଭିଡ୍‌-୧୯ର ଆତଙ୍କ ଜାରି ରହିଥିବା ବେଳେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ସାରା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଥିବାରୁ ଏଏଫ୍‌ଆଇ ନୂଆ କ୍ୟାଲେଣ୍ଡର ପସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି।
ଏହି ଚାମ୍ପିୟନଶିପ୍‌ ବେଙ୍ଗାଲୁରୁରେ ଜୁନ୍‌ ୨୫ରୁ ୨୮ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଏହା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ମାନ୍ୟତା ମଧ୍ୟ ପାଇଥିଲା। ଅଲିମ୍ପିକ୍ସ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି।
ମେ କିମ୍ବା ଜୁନ୍‌ ସୁଦ୍ଧା ଯଦି ପରିସ୍ଥିତିରେ ସୁଧାର ଆସେ ତା’ହେଲେ ଏହି ଚାମ୍ପିୟନଶିପ୍‌କୁ ଅଗଷ୍ଟରେ ଆୟୋଜନ କରିବୁ ବୋଲି ଡେପୁଟି ନ୍ୟାଶନାଲ ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନା ନାୟାର କହିଛନ୍ତି। ବିଭିନ୍ନ କୋଚ୍‌ ଓ ବିଦେଶୀ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପ୍ଲାନିଂ କମିଟି ନୂଆ କମ୍ପିଟିଶନ କ୍ୟାଲେଣ୍ଡର ଓ ଟ୍ରେନିଂ ପ୍ରୋଗ୍ରାମ ପ୍ରସ୍ତୁତ କରିବ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। କରୋନା ଭାଇରସ ପାଇଁ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇ ସାରିଥିବା ବେଳେ ଏକ ନୂଆ କ୍ୟାଲେଣ୍ଡରର ଆବଶ୍ୟକତା ରହିଛି ବୋଲି ଏଏଫ୍‌ଆଇ କହିଛି। ଏହି କ୍ରମରେ ନୂଆ ପ୍ରକାର ପରିସ୍ଥିତିରେ ୨୦୨୦ ଘରୋଇ କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ରୁପେ ପରିବର୍ତ୍ତନ ହେବ। ଖାସ କରି ସିନିୟର ଇଭେଣ୍ଟଗୁଡିକରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। କମ୍ପିଟିସନକୁ ବାଦ୍‌ ଦେଲେ କୋଚ୍‌ମାନଙ୍କୁ ଟ୍ରେନିଂ ପ୍ରୋଗ୍ରାମ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଡିଲ୍‌ ସୁମାରିଓ୍ବାଲା କହିଛନ୍ତି। ସେହିପରି ଚେନ୍ନାଇରେ ଅଗଷ୍ଟ ୧୬ରୁ ୧୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ନ୍ୟାଶନାଲ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ବିଳମ୍ବରେ ଖେଳାଯିବ।
ଉଲ୍ଲେଖଥାଉ କି, ପୂର୍ବରୁ ଏଏଫ୍‌ଆଇ ଇଣ୍ଡିଆନ ଗ୍ରାଁ ପ୍ରି ସିରିଜକୁ ମଧ୍ୟ ସ୍ଥଗିତ ରଖିଛି। ଏହା ମାର୍ଚ୍ଚରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେହିପରି ଏପ୍ରିଲ ୧୦ରୁ ୧୩ ତାରିଖ ମଧ୍ୟରେ ଫେଡେରେଶନ କପ୍‌ ସିନିୟର ଚାମ୍ପିୟନଶିପ୍‌କୁ ମଧ୍ୟ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରହିବା ପରେ ଅଲିମ୍ପିକ୍‌ ଆସୋସିଏଶନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ସବୁ ଜାତୀୟ ଫେଡେରେଶନଗୁଡିକୁ ସେମାନଙ୍କ ଆଥଲେଟମାନଙ୍କ ଟ୍ରେନିଂ ଓ କମ୍ପିଟିଶନ ପ୍ରେଗ୍ରାମ ନେଇ ତଥ୍ୟ ଦାଖଲ କରିବାକୁ ନର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri