ଜାତୀୟସ୍ତରରେ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବ ସମ୍ମାନିତ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ରୋଡରେ ଥିବା ଜୟଦୁର୍ଗା ହାଇସ୍କୁଲର ପଠାଣୀ ସାମନ୍ତ ବିଜ୍ଞାନ କ୍ଲବ ଜାତୀୟସ୍ତରରେ ସମ୍ମାନିତ ହୋଇଛି।
୨୦୧୮ ବର୍ଷ ପାଇଁ ଓଡ଼ିଶାର ଆଠଟି ବିଜ୍ଞାନ କ୍ଲବ ସହ ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲକୁ ଏପରି ସମ୍ମାନ ମିଳିଛି। ଏହି ସ୍କୁଲ ବିଜ୍ଞାନ କ୍ଲବର ସଫଳତା ପାଇଁ ଅଗଷ୍ଟ ୧୩ ତାରିଖରେ ଗୁଜୁରାଟର ରାଜକୋଟଠାରେ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ତଥା ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବର ଉପଦେଷ୍ଟା ସନ୍ତୋଷ କରଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବ ଗୁଜୁରାଟ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୂଡାସମା ଯୋଗେ ଦେଇଥିବା ବେଳେ ବିଜ୍ଞାନ ପ୍ରସାରର ନିର୍ଦ୍ଦେଶକ ନକୁଳ ପରାସର ଓ ବୈଜ୍ଞାନିକ ଅରବିନ୍ଦ ରାନାଡେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।