Categories: ଜାତୀୟ

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଭିଯୋଗ: ଆତଙ୍କବାଦ ରପ୍ତାନି କରୁଛି ପାକିସ୍ତାନ

ଜାତିସଂଘ,୭ା୧୧(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ ଅଧିବେଶନରେ ପାକିସ୍ତାନ କଶ୍ମୀର ମହିଳାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିଲାବେଳେ ଭାରତ ଏହାର କଡ଼ା ସମାଲୋଚନା କରିଛି। ଇସ୍‌ଲାମାବାଦ ଆତଙ୍କବାଦ ରପ୍ତାନି କରିବା ସହ ସଙ୍କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଲାଗି ମହିଳାଙ୍କ ସ୍ବରକୁ ଚାପିଦେଉଥିବା ନୂଆଦିଲ୍ଲୀ ଅଭିଯୋଗ କରିଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଉପତ୍ୟକାରେ ମହିଳାଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ନେଇ ଗତ ୨୯ ତାରିଖରେ ଜାତିସଂଘରେ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି ଅଭିଯୋଗ ଆଣିବା ପରେ ଭାରତ ଏହାର ଦୃଢ଼ ଜବାବ ରଖିଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ମହିଳା, ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ସୋମବାର ଆଲୋଚନା ବେଳେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପୌଲୋମୀ ତ୍ରିପାଠୀ ପାକିସ୍ତାନକୁ ସମାଲୋଚନା କରିଥିଲେ।

Share