Categories: ଫୁରସତ

ଜାଣନ୍ତୁ ନାସା କେମିତି କରିଥାଏ ଅନ୍ତରୀକ୍ଷ ଯାନର ନାମକରଣ

କଲମ୍ବିଆ : ନାସା ମହାକାଶକୁ ବିଭିନ୍ନ ନାମରେ ଅନ୍ତରୀକ୍ଷ ଯାନ ପ୍ରେରିତ କରିଥାଏ। ତେବେ ଏହି ଯାନଗୁଡ଼ିକର କିପରି ନାମକରଣ ହୋଇଥାଏ ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଅତୀତ ହେଉ କି ବର୍ତ୍ତମାନ ନାସା ଅନେକ ଅନ୍ତରୀକ୍ଷ ଯାନ ଚନ୍ଦ୍ରପୃଷ୍ଠକୁ ପଠାଇସାରିଛି। ଏକ୍କା, ଗ୍ଲୋରୀ ପରି ଆକର୍ଷଣୀୟ ନାମରେ ଅନ୍ତରୀକ୍ଷ ଯାନ ମହାକାଶକୁ ପଠାଇଛି। ତେବେ ନିଶ୍ଚିତ ମନରେ ପ୍ରଶ୍ନ ଉଠିଥିବ ନାସା ଅନ୍ତରୀକ୍ଷ ଯାନଗୁଡ଼ିକର ନାମକରଣ କେମିତି କରିଥାଏ ବୋଲି। ଏହି ନାମକରଣ ବହୁ କଷ୍ଟସାଧ୍ୟ। ଉଦାହରଣ ସ୍ବରୂପ ଆପୋଲୋ। ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବା ଆପୋଲୋ-୧୧। ନାସା ଅନୁଯାୟୀ, ଏହି ନାଁ ୧୯୬୦ରେ ସ୍ପେଶ୍‌ ଫ୍ଲାଇଟ୍‌ ଡେଭଲପ୍‌ମେଣ୍ଟ୍‌ର ନିର୍ଦ୍ଦେଶକ ସିଲ୍‌ଭରଷ୍ଟିନ୍‌ ଦେଇଥିଲେ। ଏହା ପଛରେ ଧାର୍ମିକ କାରଣ ମଧ୍ୟ ରହିଥିଲା। ତେବେ ଧର୍ମ ଅନୁସାରେ ଆପୋଲୋ ଗ୍ରୀକ୍‌ର ଦେବତା ଥିଲେ। ଯେ କି ଜୁସ୍‌ ଏବଂ ଲେଟୋର ପୁତ୍ର ଥିଲେ। ଓରିୟନ୍‌ ଏବଂ ଜୁନୋର ନାଁ ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ରଖାଯାଇଥିଲା।

ସରଳ ଏବଂ ସହଜରେ ଆସୁଥିବା ନାମକୁ ପ୍ରଥମେ ଦିଆଯାଏ ପ୍ରାଥମିକତା :

୧୯୬୦ ମସିହାରେ ପ୍ରଥମ ନାମକରଣ ସମିତି ନାସାର ମୁଖ୍ୟାଳୟରେ ହିଁ ସ୍ଥାପନ କରାଯାଇଥିଲା। ଯେଉଁଥିରେ ନାସାର ଅଧିକାରୀମାନଙ୍କୁ ମଧ୍ୟ ନାମ ଚୟନ କରିବାକୁ କୁହାଯାଇଥାଏ। ଯେଉଁ ନାମଟି ବଛାଯାଏ ତାହାକୁ ସମସ୍ତେ ବିଚାର କରନ୍ତି। ଯେଉଁଟା ସବୁଠୁ ଭଲ ଲାଗେ ସେହି ଅନୁସାରେ ଯାନର ନାମକରଣ କରାଯାଏ। ଏହା ପରେ ୨୦୦୦ ଫେବୃୟାରୀ ୧୪ରେ ନାସା ନୂଆ ନାମକରଣ ନୀତି ଆରମ୍ଭ କଲା। ଏହି ଅନୁସାରେ ସହଜ ସରଳ ଭାବେ ବୁଝି ହେଉଥିବା ଯାନର ନାମକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏଥିରେ କିଛି ରଚନାତ୍ମକ କଥା ମଧ୍ୟ ଯୋଡ଼ା ଯାଇଥାଏ। ଏହିପରି ଭାବରେ ନାସା ଯାନର ନାମକରଣ କରିଥାଏ।

Share