Categories: ଫୁରସତ

ଜାଣନ୍ତୁ କୁକୁର କାନ୍ଦିବା ପଛରେ କ’ଣ ରହିଛି କାରଣ

ପ୍ରତି ଧର୍ମରେ ଭିନ୍ନ ଭିନ୍ନ କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। କିଛି କଥା ମଣିଷ ଉପରେ ଆଧାରିତ ହୋଇଥିବାବେଳେ ଆଉ କିଛି ପଶୁପକ୍ଷୀଙ୍କ ଉପରେ। ଏଥିମଧ୍ୟରୁ କୁକୁର କାହିଁକି ରାତିରେ ଭୁକିଥାଏ ବା କାନ୍ଦିଥାଏ ବୋଲି ବର୍ଣ୍ଣିତ ଅଛି। ତାହା ପୁଣି ନିଶବ୍ଦ ରାତିରେ। ବେଳେବେଳେ ଲୋକେ ମଧ୍ୟ କୁକୁର ଭୁକୁଥିବା ଶୁଣି ଚୁପ୍‌ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ କୁକୁର କାନ୍ଦିବା ପଛରେ ଅନେକ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…


ଜ୍ୟୋତିଷଶାସ୍ତ୍ର ଅନୁସାରେ, କୁକୁର ନିଶବ୍ଦ ରାତିରେ ଭୁକିବାର କାରଣ ହେଲା ଏହାର ଆଖପାଖ ଅଞ୍ଚଳରେ ଆତ୍ମାକୁ ଦେଖିଥାଏ। ଏଥିପାଇଁ ଜୋର୍‌ରେ ଭୁକିଥାଏ। କୁକୁର କାନ୍ଦିଲେ କାହାର ମୃତ୍ୟୁ ପାଖେଇ ଆସିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। କିନ୍ତୁ ବୈଜ୍ଞାନିକ କାରଣ ଅନୁଯାୟୀ, କୁକୁର ଅନ୍ୟ ସାଥୀମାନଙ୍କୁ ସନ୍ଦେଶ ବା ବାର୍ତ୍ତା ପହଞ୍ଚାଇବା ପାଇଁ ଖୁବ୍‌ ଜୋର୍‌ରେ ଭୁକିଥାଏ। ଫଳରେ ସେମାନେ ସହଜରେ ଯଥାସ୍ଥାନରେ ପହଞ୍ଚି ପାରନ୍ତି।

କିଛି ବୈଜ୍ଞାନିକ କୁହନ୍ତି, ଯେତେବେଳେ କୁକୁରକୁ କିଛି କଷ୍ଟ ହୋଇଥାଏ ସେ ଜୋର୍‌ରେ କାନ୍ଦିଥାଏ। ନିଜର ବ୍ୟଥାକୁ ଜଣାଇବା ପାଇଁ ଏପରି କାନ୍ଦିଥାଏ ବା ଭୁକିଥାଏ। କୁକୁର ଏମିତି ଏକ ପ୍ରାଣୀ ଯେ କି ଲୋକଙ୍କ ସହ ମିଶି ରହିବାକୁ ପସନ୍ଦ କରିଥାଏ। ଏକୁଟିଆ ରହିବାକୁ ଆଦୌ ପସନ୍ଦ କରେ ନାହିଁ। ରାସ୍ତାରେ ଯାଉଥିବା ସମୟରେ ଏକୁଟିଆ ହୋଇଗଲେ ଜୋର୍‌ରେ ଭୁକିଥାଏ।

Share