ଜାଗରରେ ଅଘଟଣ: ଦୀପ ନିଆଁରେ ପୋଡ଼ି ମହିଳା ଗୁରୁତର

ବ୍ରହ୍ମପୁର ଅଫିସ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ଜଣେ ମହିଳା ମନ୍ଦିର ଯାଇଥିବା ବେଳେ ସେଠାରେ ଏକ ଅଘଟଣ ଘଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମର ଲୋକନାଥ ରେଡ୍ଡୀଙ୍କ ସ୍ତ୍ରୀ ସରସ୍ବତୀ ଶୁକ୍ରବାର ପୂର୍ବାହ୍ନରେ କଳାଯମୁନା ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଲାଗିଥିବା ଦୀପରେ ସେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ। ଫଳରେ ଦୀପ ନିଆଁରେ ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ଶତକଡା ୬୦ ଭାଗ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି।