Categories: ବୌଦ୍ଧ

ଜହ୍ନାପଙ୍କ ଅଞ୍ଚଳରେ କୂଆପଥର ବର୍ଷା

ଜହ୍ନାପଙ୍କ,୨୮।୫ (ଡି.ଏନ.ଏ.)-ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି କୂଆପଥର ବର୍ଷା ହୋଇଥିଲା। ଯାହାର ଓଜନ ୨୦୦ ଗ୍ରାମ ଉପରେ ହେବ । ବଡ ବଡ କୁଆପଥର ପଡି କେତେଜଣ ବ୍ୟକ୍ତିଙ୍କ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣାଯାଇଛି। ଖୁଣ୍ଟବନ୍ଧ, ତେଲିବନ୍ଧ, ପଦ୍ମନପୁର, ମୁଣ୍ଡାପଡା, ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ମଧ୍ୟ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି ।