ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ

ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ ୯ଟା ମଧ୍ୟରେ ୪୦ ହଜାର ଜଳସଂରକ୍ଷଣ କୁଣ୍ଡ ନିର୍ମାଣ କରିଛନ୍ତି। ସାମାଜିକ ସଂସ୍ଥା ଶିବଗଙ୍ଗା ପକ୍ଷରୁ ହୋଇଥିବା ସଚେତନତା ଦ୍ୱାରା ଲୋକେ ହାତରେ କୋଡ଼ି କୋଦାଳ ଧରି ସ୍ଥାନୀୟ ହାଥିପାଓ୍ବା ପାହାଡ଼ ଅଞ୍ଚଳରେ ମିଳିତ ଭାବେ ଏଭଳି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ୧୫୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ମିଳିତ ଶ୍ରମଦାନ କାର୍ଯ୍ୟକ୍ରମର ୨ ମିନିଟ୍‌ ୪୬ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି। ଏହାକୁ ବହୁ ୟୁଜର ବେଶ୍‌ ପସନ୍ଦ କରିଛନ୍ତି।

Share