ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶେଷ

କୋରୁକୋଣ୍ଡା,୭ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଯାଇଛି। ଚଳିତ ୨୦୨୦ ଏବଂ ୨୦୨୧ ପାଇଁ କର୍ମଚାରୀ ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ବେଳେ ପ୍ରାର୍ଥୀମାନଙ୍କୁ କର୍ମଚାରୀ ସଙ୍ଘ ସଦସ୍ୟ ଭୋଟ ଦେଇ ଚୟନ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିଥିଲେ। ସର୍ବାଧିକ ଭୋଟ ପାଇ କାଶୀନାଥ ମଲ୍ଲିକ ସଭାପତି ହୋଇଛନ୍ତି l ସେହିପରି ଉପ ସଭାପତି ଭାବେ ଯୋଶେଫ କୋଷ୍ଟର ଜୋଇଁଟ, ସମ୍ପାଦକ ଏସ୍‌.ପି. ଲେଙ୍କା ଏବଂ ସୁଜିତ ପାତ୍ର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।