ଜଳିଗଲା ୩ ବଖରା: ଆସବାବପତ୍ର, ଧାନଚାଉଳ ପୋଡ଼ି ପାଉଁଶ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତସ୍ଥ ତୋରଣମଦା ଗ୍ରାମର ପଞ୍ଚାନନ ଜେନାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି। ଘରେ ଥିବା ଆସବାବପତ୍ର ସମେତ ଧାନ ଚାଉଳ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଗୁରୁବାର ଗୋରାମାଟି ସରପଞ୍ଚ ଗଣେଶ ପ୍ରସାଦ ମଲ୍ଲିକ, ସାରେଙ୍ଗ ରାଜସ୍ବ ନିରୀକ୍ଷକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ପଲିଥିନ୍‌ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି।