ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ଏଥିରେ ଅଳ୍ପକେ ଚାଳକ ଓ ହେଲପର ବର୍ତ୍ତିଯାଇଛନ୍ତି।
ପ୍ରକାଶ ଯେ,ଉକ୍ତ କୋଇଲା ବୋଝେଇ ଟ୍ରକ(ନଂ.ଓଆର୦୫ ଏକ୍ସ-୦୯୨୨) ତାଳଚେରରୁ ପିତିରି ଅଭିମୁଖେ ଯାଇଥିବାବେଳେ ହଠାତ୍‌ ଟ୍ରକ ବାମପାର୍ଶ୍ୱରୁ ନିଆଁ ଲାଗିଥିବା ଚାଳକ ଦେଖିବାକୁ ପାଇଥିଲେ। ପରେ ଗାଡ଼ିଟିକୁ ରାସ୍ତାକଡରେ ଛିଡା କରିଦେଇଥିଲେ। ଖବରପାଇ ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସରାଙ୍ଗ ଫାଣ୍ଡି ଅଧିକାରୀ ଦାମଦୋର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।