Categories: ଜାତୀୟ

ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାଓାରଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୬।୧୨: ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ବମ୍ବେ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍‌ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ ଏକ ଶପଥ ପତ୍ର ଦାଖଲ କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ବିଦର୍ଭ ଇରିଗେସନ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ୍‌ର ଅଧ୍ୟକ୍ଷ କାର୍ଯ୍ୟକାରୀ ଏଜେନ୍ସୀଙ୍କ କାର୍ଯ୍ୟ ପାଇଁ ଅଜିତ୍‌ ପାଓ୍ବାରଙ୍କୁ ଉତ୍ତରଦାୟିତ୍ୱ କରିନାହାନ୍ତି। କାରଣ ତାଙ୍କ ପାଖରେ କୌଣସି ବୈଧାନିକ ଦାୟିତ୍ୱ ନ ଥିବା ସେ ଦର୍ଶାଇଛନ୍ତି।

Share