ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସାହିରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବାବେଳେ ଏକମାତ୍ର ଖୋଲା କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଫଳରେ ସାହି ନିକଟରେ ଥିବା ଏକ ନଳକୂଅ ଉପରେ ନିର୍ଭର କରୁଛନ୍ତି ପ୍ରାୟ ୪୦ ପରିବାର।
ସାହିବାସୀଙ୍କ କହିବା ମୁତାବକ, ପୂର୍ବରୁ ଲାଗି ରହିଥିବା ଜଳ ସମସ୍ୟା ଏବେ ବଢିଯାଇଛି। ସରକାରଙ୍କ ପକ୍ଷରୁ ସାହି ମଧ୍ୟରେ ଗୋଟିଏ ହେଲେ ନଳକୂଅର ବ୍ୟବସ୍ଥା କରାଯାଇନାହିଁ। ଏକମାତ୍ର ସରକାରୀ ଖୋଲାକୂଅଟି ଏବେ ପରିତ୍ୟକ୍ତ ଅବସ୍ଥାରେ। ସାହିଠାରୁ ଦୂରରେ ଥିବା ୨ଟି ନଳକୂଅ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ଫଳରେ ଆଉ ଗୋଟିଏ ନଳକୂଅରେ ସାହିର ୪୦ ପରିବାର ନିର୍ଭର କରୁଥିଲେ ହେଁ ସେଥିରୁ ଆବଶ୍ୟକ ମୁତାବକ ପାଣି ବାହାରୁନାହିଁ। ଏହା ନାଲ୍‌କୋ ପାର୍ଶ୍ୱବର୍ତ୍ତୀ ଗ୍ରାମ ହୋଇଥିବାରୁ ପ୍ରକଳ୍ପ ପକ୍ଷରୁ ପାଇପ୍‌ ଯୋଗେ ପାଣି ଯୋଗାଯିବା ସହ ସରକାରଙ୍କ ପକ୍ଷରୁ ଏଠାରେ ନଳକୂଅ ଖୋଳିବାକୁ ସାହିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସାହିର ଭାଗିରଥୀ ଗୋଚ୍ଛାୟତ, ମନିଷା ଗୋଚ୍ଛାୟତ, ପ୍ରଜାପତି ଗୋଚ୍ଛାୟତ ପ୍ରମୁଖ କୁହନ୍ତି, ପାଣି ପାଇଁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ସାହିଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ନଳକୂଅ ଶୋଷ ମେଣ୍ଟାଇପାରୁନି। ଫଳରେ ଦୂର ବାଟରୁ ପାଣି ବୋହି ଘରକୁ ଆଣିବାକୁ ପଡୁଛି। ନାଲ୍‌କୋ ପକ୍ଷରୁ ଜଳ ଯୋଗାଣ କିମ୍ବା ସରକାରଙ୍କ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଗଲେ ସାହିବାସୀଙ୍କ ସମସ୍ୟା ଦୂର ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri