ଜଳବାୟୁ ପରିବର୍ତ୍ତନ: ୮୦ ବର୍ଷ ମଧ୍ୟରେ ୬.୬ ଇଞ୍ଚ ବଢ଼ିବ ସମୁଦ୍ର ଜଳସ୍ତର; ୪୦ କୋଟି ଲୋକଙ୍କ ଉପରେ ବିପଦ !

ଓ୍ବାଶିଂଟନ,୧୪।୩: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକା ହିମପାହାଡ଼ ଜଳବାୟୁ ପରିବର୍ତ୍ତନ ଯୋଗୁ ତରଳିବାରେ ଲାଗିଛି। ୧୯୯୨ଠାରୁ ୨୦୧୭ ମଧ୍ୟରେ ଏଠାରେ ଥିବା ୬.୪ ହଜାର କୋଟି ଟନ୍‌ ବରଫ ତରଳିଛି। ଏହାଦ୍ୱାରା ସୁଦ୍ର ଜଳସ୍ତର ୦.୭ ଇଞ୍ଚ ବୃଦ୍ଧି ପାଇଛି। ତେବେ ୮୦ ବର୍ଷ ପରେ ୨୧୦୦ସୁଦ୍ଧା ୬ଗୁଣା ଅଧିକ ବେଗରେ ଏଠାରେ ଥିବା ହିମପାହାଡ଼ ତରଳିବାର ଆଶଙ୍କା ରହିଛି। ଏହାଦ୍ୱାରା ସମୁଦ୍ର ଜଳସ୍ତର ୬.୬ ଇଞ୍ଚ ବଢ଼ିବ। ପୃଥିବୀର ୫୦ଟି ଦେଶର ବୈଜ୍ଞାନିକ ୧୧ଟି ଉପଗ୍ରହ ସହାୟତାରେ ଅନୁଧ୍ୟାନ କରି ଏନେଇ ସତର୍କ ସୂଚନା ଜାରି କରିଛନ୍ତି। ସମୁଦ୍ରଜଳସ୍ତର ବଢ଼ିଲେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ୪୦ କୋଟିରୁ ଅଧିକ ଲୋକ ବିପଦରେ ପଡ଼ିବେ। ସେମାନେ ବାସସ୍ଥାନ ହରାଇ ବସିବେ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବଢୁଥିବାରୁ ଗ୍ରୀନ୍‌ଲାଣ୍ଡରେ ୬୦ ପ୍ରତିଶତ ଏବଂ ଆଣ୍ଟାର୍କଟିକାରେ ୪୦ ପ୍ରତିଶତ ହିମପାହାଡ଼ ତରଳୁଛି। ଏହି ଧାରା ଜାରି ରହିଲେ ୨୩୦୦ ବେଳକୁ ସମୁଦ୍ର ଜଳସ୍ତର ୪ ଫୁଟ ବଢ଼ିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକ କହିଛନ୍ତି। ଏହାଦ୍ୱାରା ବହୁ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri