ଜଳବାୟୁ ପରିବର୍ତ୍ତନ ମୁକାବିଲା ଜରୁରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୧ା୯: ଜଳବାୟୁ ପରିବର୍ତ୍ତନ ସଙ୍କଟ ମୁକାବିଲାରେ ବିଫଳତାକୁ ନେଇ ଚିନ୍ତିତ ଓ ଭବିଷ୍ୟତକୁ ନେଇ ଉତ୍କଣ୍ଠିତ ଅଗଣିତ ସ୍ବଳ୍ପବୟସ୍କ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ଏଭଳି ଭାବେ ବିଶ୍ୱ ଜଳବାୟୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଯାହାର ନାମ ରଖାଯାଇଛି ‘ଫ୍ରାଇଡେ ଫର୍‌ ଫ୍ୟୁଚର’। ଆମେରିକାର ନ୍ୟୁୟର୍କରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ବିଶ୍ୱବ୍ୟାପୀ ଏଭଳି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଛି। ବିକ୍ଷୋଭ ବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଉତ୍ସର୍ଜନ ବୃଦ୍ଧି ବିରୋଧରେ ମୁଣ୍ଡ ଟେକିଥିବା ଏହି ଆନ୍ଦୋଳନ କେବଳ ୟୁରୋପୀୟ ଦେଶରେ ସୀମିତ ହୋଇ ରହିନାହିଁ। ଏଥିରେ ପ୍ରାୟ ସବୁ ମହାଦେଶର ଲକ୍ଷ ଲକ୍ଷ ଜନତା ବିଶେଷକରି କିଶୋରୀକିଶୋର ଓ ଯୁବତୀଯୁବକ ଯୋଡ଼ିହୋଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। ଏହିକ୍ରମରେ ଆମେରିକାରେ ୮୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଜର୍ମାନୀରେ ୪୦୦ ରାଲିର ଆୟୋଜନ କରାଯାଇଛି। ଅଷ୍ଟ୍ରେଲିଆର ମେଲବୋର୍ନ ସହରରେ ଆୟୋଜିତ ରାଲିରେ ଲକ୍ଷାଧିକ ବିକ୍ଷୋଭକାରୀ ସାମିଲ ହୋଇଛନ୍ତି, ଯାହାକି ଦେଶର ଇତିହାସରେ ଜଳବାୟୁ ପରିବର୍ତ୍ତନ ବିରୋଧୀ ସବୁଠୁ ବଡ଼ ଆୟୋଜନ। ୧୭ ବର୍ଷୀୟ ନିଆମ୍‌ ଓ’କୋନ୍ନୋର ସ୍ମିଥ୍‌ ମେଲବୋର୍ନ ସଭାକୁ ସମ୍ବୋଧିତ କରି କହିଛନ୍ତି, ସମସ୍ତେ ଏକ ନିରାପଦ ଭବିଷ୍ୟତ ଚାହାନ୍ତି, ଯାହାକୁ ଆମ ସରକାର ଅଦ୍ୟାବଧି ସମର୍ଥନ କରିନାହିଁ। ଆମେ ସମସ୍ତେ ଏକଜୁଟ ହୋଇ ଏଥିରେ ପରିବର୍ତ୍ତନ ଆଣିପାରିବା। ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ମାଇକେଲ ମ୍ୟାକ୍‌ କୋରମାକ୍‌ ଏହି ବିକ୍ଷୋଭକୁ ଏକ ବ୍ୟାଘାତ ଭାବେ ଅଭିହିତ କରି ଛାତ୍ରୀଛାତ୍ର ଆନ୍ଦୋଳନସ୍ଥଳ ଅପେକ୍ଷା ସ୍କୁଲରେ ଅଧିକ ଶିଖିପାରିବେ ବୋଲି କହିଛନ୍ତି। ଫିଲିପାଇନ୍ସର କ୍ୱେଜନ ସହରରେ ବିକ୍ଷୋଭକାରୀମାନେ ବିଶାଳ ଶୋଭାଯାତ୍ରା କରିଛନ୍ତି। ଜଣକ ହାତରେ ଥିବା ପ୍ଲାକାର୍ଡରେ ଲେଖାଅଛି, ‘ପୃଥିବୀର ମୃତ୍ୟୁ ଆସନ୍ନ। ଏବେ କାର୍ଯ୍ୟାନୁଷ୍ଠାନର ବେଳ।’ କେନିଆ ରାଜଧାନୀ ନାଇରୋବିରେ ବ୍ୟାନର ପୋଷ୍ଟର ଛାଇଦେଇଛନ୍ତି ବିକ୍ଷୋଭକାରୀ। ‘ଏବେ ଜଳବାୟୁ ଜରୁରିକାଳୀନ ପରିସ୍ଥିତି’ ବୋଲି ଏକ ପୋଷ୍ଟରରେ ଲେଖାଥିବାବେଳେ ଜଣେ ଯୁବତୀ ବ୍ୟଙ୍ଗ କରି କହୁଥିଲେ, ବିଶ୍ୱ ଦିନକୁ ଦିନ ଉତ୍ତପ୍ତ ହେବାରେ ଲାଗିଛି। ଏହାର ଉତ୍ତାପ ମୋ କାଳ୍ପନିକ ପୁରୁଷବନ୍ଧୁଙ୍କଠାରୁ ମଧ୍ୟ ଅଧିକ। ଜର୍ମାନୀର ବର୍ଲିନରେ ମଧ୍ୟ ଲକ୍ଷାଧିକ ବିକ୍ଷୋଭକାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବ୍ରିଟେନର ବ୍ରାଇଟନ୍‌ରୁ ନେଇ ଏଡିନ୍‌ବର୍ଗ ପର୍ଯ୍ୟନ୍ତ ଏବଂ ରାଜଧାନୀ ଲଣ୍ଡନରେ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ମୁମ୍ବାଇରେ ଛୋଟଛୋଟ ପିଲାମାନେ ସେମାନଙ୍କଠାରୁ ବଡ଼ ରେନିକୋଟ୍‌ ପିନ୍ଧି ବର୍ଷାରେ ଶୋଭାଯାତ୍ରା କରିଥିଲେ। ବିଶ୍ୱର ସବୁଠୁ ପ୍ରଦୂଷିତ ସହର ନୂଆଦିଲ୍ଲୀରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହୋଇଥିଲା। ଜଣେ ବିକ୍ଷୋଭକାରୀ ସ୍ଲୋଗାନ ଦେଉଥିଲେ, ‘ମୁଁ ସ୍ବଚ୍ଛବାୟୁ ଗ୍ରହଣ କରିବାକୁ ଚାହେଁ।’ ପଡ଼ୋଶୀ ପାକିସ୍ତାନର ‘କ୍ଲାଇମେଟ ଆକ୍ସନ ନାଓ’ ସଙ୍ଗଠନ ପକ୍ଷରୁ ୨୫ ସହରରେ ଜଳବାୟୁ ପରିବର୍ତ୍ତନ ନେଇ ଶୋଭାଯାତ୍ରା କରାଯାଇଛି। ତେବେ ବିଶ୍ୱର ସବୁଠୁ ଅଧିକ ସବୁଜଗୃହ ଉତ୍ସର୍ଜନକାରୀ ଚାଇନାରେ ବିକ୍ଷୋଭକୁ ଅନୁମତି ମିଳୁ ନ ଥିବାରୁ ଏହି ଦେଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri