Categories: ଫୁରସତ

ଜଳଚର ‘ସ୍ପିନୋସର’

ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍‌ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା। ସେଗୁଡ଼ିକ ଭିତରୁ ଏମିତି କିଛି ପ୍ରଜାତି ଥିଲେ, ଯେଉଁଗୁଡ଼ିକ ଉଭୟ ସ୍ଥଳଚର ଓ ଜଳଚର ପ୍ରାଣୀ ଥିଲେ। ଏହି ଉଭୟଚର ଡାଇନୋସରକୁ ସେମାନେ ‘ସ୍ପିନୋସର’ ବୋଲି ନାମକରଣ କରିଛନ୍ତି। ଏହି ସ୍ପିନୋସର ପ୍ରଜାତିର ଡାଇନୋସରର ଶରୀର ଗଠନ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଥିଲା। ଏମାନଙ୍କ ଶରୀରରେ ଲୋମ ପରିବର୍ତ୍ତେ ଅତି ଛୋଟଛୋଟ କାତି ରହିଥିଲା। ଫଳରେ ସେଗୁଡ଼ିକ ଖୁବ୍‌ ଭଲଭାବେ ଜଳ ଭିତରେ ଗତି କରିପାରୁଥିଲେ। ପୁଣି ମାଛ ବା ଅନ୍ୟ ଜଳଚର ପ୍ରାଣୀଙ୍କ ଭଳି ଏମାନେ ପାଣିରୁ ନିଜ ପାଇଁ ଆବଶ୍ୟକ ଅମ୍ଳଜାନ ସଂଗ୍ରହ କରି ପାରୁଥିଲେ। ବିଶେଷକରି ଆଫ୍ରିକା ଅଞ୍ଚଳରେ ଏ ଧରଣର ଡାଇନୋସର ବହୁଳ ଭାବରେ ଦେଖିବାକୁ ମିଳୁଥିବା ଗବେଷକ ଦଳର ମୁଖ୍ୟ ଫ୍ରାନ୍‌ଜ ଆନ୍ଥୋନି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ,ଏଗୁଡ଼ିକ ସମୁଦ୍ରର ଶେଷସ୍ତର ପର୍ଯ୍ୟନ୍ତ ଯାଇ ଖାଦ୍ୟ ଶିକାର କରିପାରୁଥିଲେ।

Share