ଜର୍ମାନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ବର୍ଲିନ,୩୦ା୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଥିବା ବେଳେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏତିକିବେଳେ ଦୁଃଖରେ ଭାଙ୍ଗିପଡ଼ି ଜର୍ମାନର ହେସେ ପ୍ରଦେଶରେ ଅର୍ଥମନ୍ତ୍ରୀ ଥିବା ଥୋମାସ୍‌ ଚଫେର(୫୪) ଆତ୍ମହତ୍ୟା କରିଛନ୍ତି। କରୋନା ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ କିପରି ଏଥିରୁ ମୁକୁଳିବା ସେଇ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପ୍ରଦେଶ ମୁଖ୍ୟ ଭୋଲ୍‌କର ବୋଫିୟର ରବିବାର ପ୍ରକାଶ କରିଛନ୍ତି। ଶନିବାର ଏକ ରେଳ ଲାଇନ୍‌ କଡ଼ରୁ ତାଙ୍କ ମରଶରୀରକୁ ଉଦ୍ଧାର କରାଯାଇଥିଲା। ପ୍ରକାଶଥାଉ କି, ହେସେ ହେଉଛି ଜର୍ମାନର ଆର୍ଥିକ ରାଜଧାନୀ ଫ୍ରାଙ୍କ୍‌ଫର୍ଟର କେନ୍ଦ୍ରସ୍ଥଳ। ଏଠାରେ ବିଭିନ୍ନ ବଡ଼ ବଡ଼ ବ୍ୟାଙ୍କର ମୁଖ୍ୟାଳୟ ରହିଛି। ୟୁରୋପିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଏଠାରେ ଅଛି। ଗତ ୧୦ ବର୍ଷ ହେବ ଏଠାରେ ଅର୍ଥମନ୍ତ୍ରୀ ଭାବେ ଥୋମାସ୍‌ ଚଫେର ଦାୟିତ୍ୱ ତୁଲାଇ ଆସୁଥିଲେ। ବିଭିନ୍ନ କମ୍ପାନୀ ଓ କର୍ମଚାରୀଙ୍କ ଲାଗି ସେ ଦିନରାତି ଏକ୍‌ କରୁଥିଲେ। ଏବେ ତାଙ୍କର ବିଧବା ସ୍ତ୍ରୀ ଓ ୨ ପିଲା ଅଛନ୍ତି।

Share