ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ ବ୍ୟାଙ୍କଗୁଡ଼ିକ(ଋଣପ୍ରଦାନକାରୀ)ଠାରୁ ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବୁଧବାର ରାତିରୁ ଜେଟ୍‌ ଏୟାରଓ୍ବେଜ ସମସ୍ତ ଉଡ଼ାଣକୁ ସାମୟିକ ଭାବେ ସ୍ଥଗିିତ କରିଦେଇଛି। ଏଭଳି ଭାବେ ବୁଧବାର ରାତିରୁ ଜେଟ୍‌ରେ ପରିଚାଳନା ବନ୍ଦ ହୋଇଯାଇଛି। ବୁଧବାର ରାତି ୧୦.୩୦ରେ ମୁମ୍ବାଇରୁ ଦିଲ୍ଲୀରେ ଜେଟ୍‌ର ଶେଷ ଫ୍ଲାଇଟ ୯ଡବ୍ଲ୍ୟୁ-୨୫୦୨ ପହଞ୍ଚତ୍ତ୍ଥିଲା। ତେବେ ଏହା ପୁନର୍ବାର କେବେ ଠାରୁ କାର୍ଯ୍ୟକ୍ଷମ ହେବ କେହି ଜାଣିନାହାନ୍ତି। ନୂଆ ମ୍ୟାନେଜମେଣ୍ଟ, ନୂଆ ମାଲିକ ଆସିବା ପରେ ହିଁ ପୁଣିଥରେ ଏହାର ବିମାନ ଉଡ଼ିବ ବୋଲି ଆଶାକରାଯାଉଛି। ମାତ୍ର କେଇ ଦିନ ପୂର୍ବେ ଜେଟ୍‌ ୨୬ ବର୍ଷର ଉଡ଼ାଣ ଯାତ୍ରା ପୂର୍ଣ୍ଣ କରି ଘରୋଇ ବିମାନ କ୍ଷେତ୍ରରେ ସର୍ବାଧିକ ଉଡ଼ିବାର ରେକର୍ଡ ହାସଲ କରିଥିଲା। ସିଇଓ ବିନୟ ଦୁବେ କର୍ମଚାରୀଙ୍କୁ ଭାବବିହ୍ବଳ ଇ-ମେଲ ପଠାଇ କମ୍ପାନୀର ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଥିଲେ।

ସେଥିରେ ସେ ଲେଖିଥିଲେ ଯେ, ଉଡାଣ ଜାରି ରଖିବା ଲାଗି ଜରୁରୀ ପାଣ୍ଠି ଯୋଗାଇବାକୁ କମ୍ପାନୀ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଏହା ଶୁଣି ନଥିଲେ। ଏଣୁ ଆଉ ବିମାନ ଉଡ଼ାଣ ସମ୍ଭବ ନୁହେଁ। ଜେଟ୍‌ର ଶେଷ ବିମାନ ଉଡ଼ାଣ ଦୁଇଟି କାରଣରୁ ପ୍ରତୀକାମତ୍କ ଥିଲା। ବୁଧବାର ମୁମ୍ବାଇରୁ ବୋଇଂ ୭୩୭ ବିମାନ ଦିଲ୍ଲୀରେ ପହଞ୍ଚତ୍ବା ପରେ ସମସ୍ତ ଉଡ଼ାଣ ବନ୍ଦ କରାଯାଇଥିଲା। ୧୯୯୩ ମେ ୫ରେ ଏଭଳି ଏକ ବୋଇଂ ବିମାନ ବି୭୩୭ ବିମାନ ମୁମ୍ବାଇରୁ ଅହମ୍ମଦାବାଦ୍‌ ଉଡ଼ିଥିଲା, ଯାହା କି ଜେଟ୍‌ ଏୟାରଓ୍ବେଜର ପ୍ରଥମ ଫ୍ଲାଇଟ ଥିଲା। ସୂଚନାଥାଉ କି, ମଙ୍ଗଳବାର ଜେଟ୍‌ ବୋର୍ଡର ବୈଠକ ବସି ସିଇଓ ଦୁବେଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ କ୍ଷମତା ଦେଇଥିଲା।

ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ସହାୟତା ମାଗିବାକୁ ନିଷ୍ପତ୍ତି ହୋଇଥିଲା। ଏହା ନ ମିଳିଲେ ଯେ କୌଣସି ସମୟରେ କମ୍ପାନୀରେ ତାଲା ଝୁଲାଇବାକୁ ଦୁବେଙ୍କୁ କ୍ଷମତା ପ୍ରଦାନ କରାଯାଇ ଥିଲା। ତେବେ ଜେଟ୍‌ର ପରମିଟ ରଦ୍ଦ ହୋଇଯିବାର ବିପଦ ରହିଛି। କାରଣ ପରମିଟ ଜାରି ରଖିବାକୁ ହେଲେ ଅତିକମ୍‌ରେ ୫ ବିମାନ ଚଳାଇବାକୁ ହେବ। ଜରୁରୀ ପାଣ୍ଠି ନ ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ସେମାନଙ୍କର ସବୁ ଆଶା ମଉଳି ଯାଇଥିବା କର୍ମଚାରୀମାନେ କହିଛନ୍ତି। ଉଲ୍ଲେଖଥାଉ କି, ଜେଟ୍‌ ଉପରେ ଏବେ ପ୍ରାୟ ୮ ହଜାର କୋଟି ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri