ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦  ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ ହିଞ୍ଜିଳିକାଟୁ କଲେଜ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଜମ୍ମୁ- କଶ୍ମୀର ଓ ଲଦାଖର ବିଭିନ୍ନ କଲେଜକୁ ହିଞ୍ଜିଳିକାଟୁ କଲେଜ ପକ୍ଷରୁ ସ୍ନେହର ପ୍ରତୀକ ସ୍ବରୂପ ରାଖୀ ପ୍ରେରଣ କରାଯାଇଛି। ବୁଧବାର କଲେଜ ପରିସରରେ ବହୁ ଛାତ୍ରୀଛାତ୍ର ଲଫାପାରେ ରାଖୀକୁ ପଠାଇବା ସହ ୱାନ୍‌ ଇଣ୍ଡିଆ ବାର୍ତ୍ତା ପ୍ରେରଣ କରିଛନ୍ତି। ଶିବାନୀ ପାତ୍ରଙ୍କ ନେତୃତ୍ୱରେ କାଜଲ ପାଢ଼ୀ, ଜସମିନ୍‌ ପାଢ଼ୀ, ସରସ୍ବତୀ ବେହେରା, କେ. ପୂଜା, ସୋନାଲି ବେହେରା, ମୁକେଶ ପାଣିଗ୍ରାହୀ, ଅମିତ ପାଣିଗ୍ରାହୀ, ରାଜା ସ୍ବାଇଁ ପ୍ରମୁଖଙ୍କ ସହ କଲେଜର ବହୁ ଛାତ୍ରୀଛାତ୍ର ଏଥିରେ ଭାଗ ନେଇଥିଲେ।