ଶ୍ରୀନଗର,୬।୧: ବେଶ୍ କିଛିଦିନ ହେବ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିବା ବେଳେ କିଛିଦିନ ତଳେ ଏହା ପୁଣିଥରେ କାର୍ଯ୍ୟକାରୀ କରାଯାଇଥିଲା। ଆଗକୁ ନିଟ୍(ଏନ୍ଇଇଟି) ୨୦୨୦ ପରୀକ୍ଷା ଥିବା ବେଳେ ଅଓ୍ବନ୍ତିପୋରାରେ ସୋମବାର ଛାତ୍ରୀଛାତ୍ରଙ୍କୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି। ଏମାନେ ଏହି ପରୀକ୍ଷା ପାଇଁ ଇଣ୍ଟରନେଟ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ ବୋଲି ଜିଲା ପୋଲିସ କହିଛି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରୁ ଏଠାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ମୋଦି ସରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଥିଲେ। ଏହାସହ କେତେଜଣ ରାଜନେତାଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖିଥିଲେ। ଏବେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଥିବାରୁ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଉଛି।


