Categories: ଜାତୀୟ

ଜମ୍ମୁ-କଶ୍ମୀରରେ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ନଓ୍ବାକଦଲ ଅଞ୍ଚଳରେ କିଛି ଆତଙ୍କାବାଦୀ ଲୁଚି ଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ପ୍ରଥମେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପରେ ସେମାନେ ଗୁଳି ଚାଳନା ବନ୍ଦ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହେବା ପରେ ଆତଙ୍କବାଦୀମାନେ ଲୁଚିଥିବା ଘରୁ ପୁଣି ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା। ଏଠାରେ ଅନ୍ୟ ୨ ଜଣ ଆତଙ୍କବାଦୀ ମଧ୍ୟ ଲୁଚିଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share