Categories: ଜାତୀୟ

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ ସେ ଦିଲ୍ଲୀ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ଉଚ୍ଛେଦ ପରେ ଏହାକୁ ବିରୋଧୀ ଦଳ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ଗୁଲାମ ନବି ଆଜାଦ ପୁଣିଥରେ ଜମ୍ମୁ-କଶ୍ମୀର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ବିରୋଧ କରାଯିବାରୁ ସେ ଫେରି ଆସିଥିବା ସୂଚନା ମିଳିଛି।

Share