ଯାଜପୁର ଟାଉନ,୧୧-୯(ଡି.ଏନ୍.ଏ.)- ଯାଜପୁର ବ୍ଲକର ସିମିଳିଆ ପଞ୍ଚାୟତର ଶହ ଶହ ଲୋକମାନେ ଜମିପଟ୍ଟା ପାଇବାରୁ ବଞ୍ଚତ୍ତ ଅଛନ୍ତି। ଏନେଇ ଗତ ମାର୍ଚ୍ଚ ୬ ତାରିଖରେ ଏହି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏବଂ ଅଲଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା। ସେତେବେଳେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ବନ୍ଦୋବସ୍ତ ପୂର୍ବକ ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଇତିମଧ୍ୟରେ ୬ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ପଟ୍ଟା ପ୍ରଦାନ କରାଯାଇ ନାହିଁ। ଏପରିସ୍ଥଳେ କୃଷକ ନେତା ପ୍ରମୋଦ ମଲ୍ଲିକ, ଭୀମସେନ ରାଉତ, ଘନଶ୍ୟାମ ପରିଡା, ମେଘନାଦ ଜେନା, ଉପେନ୍ଦ୍ର ସାମଲ, ହରେକୃଷ୍ଣ ନାୟକ, ଘନଶ୍ୟାମ ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ ଗ୍ରାମବାସୀ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଆସି ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧ମାସ ମଧ୍ୟରେ ଏହି ପଞ୍ଚାୟତର ବନ୍ଦୋବସ୍ତ ସମାପ୍ତ ପୂର୍ବକ ସମସ୍ତଙ୍କୁ ଜମି ପଟ୍ଟା ଯୋଗାଇ ନ ଦେଲେ ଆସନ୍ତା ଅକ୍ଟୋବର ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣାରେ ବସିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ
ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...
ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ
ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…
ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି...
ଥାନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍ପି
ଯାଜପୁର,୪।୧୨: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଝିଅ-ପୁଅ ମାମଲାର ଚାର୍ଜସିଟ ରିପୋର୍ଟକୁ ନେଇ ଥାନା ଭିତରେ ତୁମୁଳକାଣ୍ଡ...
ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ…..
ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ...
ବାଇକ୍ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ
ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ...
ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି…
ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ...
Archives


