ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ କିଛି ଲୋକ ଅନ୍ୟାୟ ଭାବେ ସେମାନଙ୍କ ଜମିକୁ ମାଡ଼ି ବସିଛନ୍ତି। ଏହାର ସମାଧାନ ପାଇଁ ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ଜାଗା ଚିହ୍ନଟ କରିବାକୁ ଦାବି କରିଥିଲେ। ଗ୍ରାମର ପାର୍ବତୀ କାଳନ୍ଦି, ପ୍ରମିଳା କାଳନ୍ଦି, ଗୁରୁବାରୀ କାଳନ୍ଦି, ସୁକାନ୍ତୀ କାଳନ୍ଦି, ଲକ୍ଷ୍ମୀ କାଳନ୍ଦିଙ୍କ ସମେତ ଏକାଧିକ ମହିଳା ପୁରୁଷ ଏ ନେଇ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ୨୦୦୬ ଓ ୨୦୦୮ରେ ସେମାନଙ୍କୁ ୪ ଡିସିମିଲି ଲେଖାଏଁ ଜାଗାର ପଟ୍ଟା ମିଳିଥିଲା। ସେମାନେ ଜାଗା ଚିହ୍ନଟ ପାଇଁ ଦୀର୍ଘ ଦିନ ହେଲା ଶ୍ୟାମଖୁଣ୍ଟା ତହସିଲଦାରଙ୍କଠାରେ ଆବେଦନ କରିଥିଲେ। ୧୬ ସେପ୍ଟେମ୍ବର ୨୦୧୯ରେ ତହସିଲଦାର ଓ ସେମାନଙ୍କ ଟିମ୍‌ ଜାଗା ମାପ କରିବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ଗଣ୍ଡଗୋଳ କରି ଜମି ମାପ କରାଇ ଦେଇ ନ ଥିଲେ। ପରେ ଏ ନେଇ ୧୯ ତାରିଖରେ ଗ୍ରାମରେ ବୈଠକ କରାଯାଇ ଯେଉଁମାନେ ଜମି ମାପ କାର୍ଯ୍ୟକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଜାଗା ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ତହସିଲଦାର ମାପ କରିବାକୁ ଯାଇଥିବା ବେଳେ ଜମି ମାପ ହୋଇ ପାରି ନ ଥିଲା। ଫେବୃୟାରୀ ୩ ତାରିଖରେ ରଙ୍ଗମାଟିଆ ଆରଆଇ, ଅମିନ,ସୁପରଭାଇଜର ଯାଇଥିବା ବେଳେ ଗ୍ରାମର କିଛି ଲୋକ ଘେରି ଯାଇ ଯାହାର ଜମି ମପା ଯାଉଥିଲା ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏ ନେଇ ଆକ୍ରମଣକାରୀ ବ୍ୟକ୍ତିଙ୍କ ବିରୋଧରେ ସଦର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଉକ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ଜମି ମାପ କରାଇ ନ୍ୟାୟ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri