ଜବରଦଖଲ ପାଇଁ ବଢୁଛି ଡ୍ରେନେଜ୍‌ ସମସ୍ୟା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭାପୁର, ୧୪।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦରେ ରାସ୍ତା ଜବରଦଖଲ କାରଣରୁ ତିଆରି ହୋଇପାରୁନି ଡ୍ରେନ୍‌। ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ ପଦକ୍ଷେପ ନିଆଯାଉନାହିଁ। ଫଳରେ ଗ୍ରାମବାସୀ ପାଣି କାଦୁଅରେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି।
ଗୋବିନ୍ଦପ୍ରସାଦ ଗ୍ରାମର ମୋଟ ଜନସଂଖ୍ୟା ପାଖାପାଖି ୩୫୦୦। ଭୌଗୋଳିକ ଦୃଷ୍ଟିକୋଣରେ ଗ୍ରାମଟି ସାପୁଆ ନଦୀ ଆଡ଼କୁ ଗଡ଼ାଣିଆ। ଫଳରେ ଦୀର୍ଘ ୧ କିମି ବିଶିଷ୍ଟ ଗ୍ରାମ୍ୟରାସ୍ତା ଦେଇ ବର୍ଷାଜଳ ନିଷ୍କାସିତ ହୋଇଥାଏ। ହେଲେ କେତେଜଣ ଗ୍ରାମବାସୀ ରାସ୍ତା ଉପରେ ଜବରଦଖଲ କରି ଘର ନିର୍ମାଣ କରିଛନ୍ତି। ରାସ୍ତା ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଥିବାରୁ ଡ୍ରେନ୍‌ ନିର୍ମାଣ ହୋଇପାରୁନାହିଁ। କାଦୁଅ ପଚପଚ ରାସ୍ତାରେ ଛାତ୍ରୀଛାତ୍ରମାନେ ସ୍କୁଲ ଯାଉଛନ୍ତି। ଅନେକ ସମୟରେ ସେମାନେ ଖାଲଖମାରେ ପଡ଼ି ଆହତ ହେଉଛନ୍ତି। ଯୋଜନାବଦ୍ଧ ଭାବେ ଢଳେଇ ରାସ୍ତା ତିଆରି ହୋଇ ନ ଥିବାରୁ ଉଚ୍ଚାନିଚା ରହିଛି। ଫଳରେ ଉକ୍ତ ସ୍ଥାନରେ ପାଣି ଜମି ରହି ଝର ସୃଷ୍ଟି ହେଉଛି। ୨-୩ ମାସ ଯାଏ ଝର ପାଣି ସନ୍ତସନ୍ତିଆ ପରିବେଶ ସୃଷ୍ଟି କରୁଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୧୭ରେ ଗ୍ରାମବାସୀ ଜବରଦଖଲ ହଟାଇବାକୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। ହେଲେ ଦୀର୍ଘ ୨ବର୍ଷ ପରେ ବି ଏହାର ସମାଧାନର ବାଟ ବାହାରି ପାରିନାହିଁ। ସବୁଆଡ଼ୁ ନିରାଶ ହେବା ପରେ ପୁନର୍ବାର ୨୦୧୯ ଜାନୁୟାରୀରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ତଥାପି ପ୍ରଶାସନିକ ଅଧିକାରୀ ସମସ୍ୟାକୁ ଅତ୍ୟନ୍ତ ହାଲ୍‌କା ଭାବେ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ନେଇ ସରପଞ୍ଚ ଜିତୁରଞ୍ଜନ ଜେନା କୁହନ୍ତି, ରାସ୍ତା ସମ୍ପ୍ରସାରଣରେ ପ୍ରମୁଖ ସମସ୍ୟା ଜବରଦଖଲ। ଜବରଦଖଲ ହଟାଗଲେ ସମାଧାନର ବାଟ ବାହାରିପାରିବ। ଘଟିପିରି ଆର୍‌ଆଇ ଇତିଶ୍ରୀ ପ୍ରିୟଦର୍ଶିନୀ କୁହନ୍ତି, ଏ ନେଇ କୌଣସି ଅଭିଯୋଗ ଆସିନାହିଁ। ବିଧିବଦ୍ଧ ଭାବେ ଅଭିଯୋଗ ହେଲେ କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri