ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ଜଳେଶ୍ୱର, ୧୦।୮-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ଶ୍ମଶାନ ଜାଗାକୁ ଗ୍ରାମ ବାହାରୁ ଆସିଥିବା କେତେକ ଆଦିବାସୀ ଅସ୍ଥାୟୀ ଚାଳିଆ କରି ରହିଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ଶୁକ୍ରବାର ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଗ୍ରାମର ଶ୍ମଶାନ ଜାଗାରୁ ଜବରଦଖଲ ଉଚ୍ଛେଦ ନ ହେବା ଯାଏ ଏହି ଧାରଣା ଚାଲୁରହିବ ବୋଲି ଗ୍ରାମବାସୀ କହିଛନ୍ତି।
ଗତ ୨୦୧୪ ନଭେମ୍ବର ୪ ତାରିଖଠାରୁ ଏହି ଆଦିବାସୀମାନେ ଗ୍ରାମ ଶ୍ମଶାନକୁ ଜବରଦଖଲ କରି ସେଠାରେ ଚାଳିଆ କରି ରହିଆସୁଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାଲେଶ୍ୱର କୋର୍ଟରେ ସିଟି କେସ ନଂ.୬୧୫/୧୪ ଏବଂ ଜଳେଶ୍ୱର ପି.ଏସ୍‌. କେସ୍‌ ନଂ.୨୭୫/୧୪ରେ ମାମଲା ଚାଲୁ ରହିଛି। ପୁଣି ୨୦୧୯ ମାର୍ଚ୍ଚ ୨୮ ତାରିଖ ରାତିରେ କେତେକ ଲୋକ ଆସି ସେହି ଶ୍ମଶାନ ଜାଗାରେ ଘର କରିବା ଆରମ୍ଭ କରିଥିଲେ। ଏନେଇ ଗ୍ରାମବାସୀ ଜଳେଶ୍ୱର ଆଇଆଇସି, ଏସ୍‌ଡିପିଓ, ଜଳେଶ୍ୱର ତହସିଲଦାର ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ନିମପୁର ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନରୁ ଜଳେଶ୍ୱର ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରତ୍ୟେକ ଦିନ ପୂର୍ବାହ୍ନ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଧାରଣା ଆସନ୍ତା ୧୪ ତାରିଖ ଯାଏ ଚାଲୁ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଧାରଣାରେ ନିମପୁର ଗ୍ରାମ ପରିଚାଳନା କମିଟି ସଭାପତି ଲକ୍ଷ୍ମୀନାରାୟଣ ପ୍ରଧାନ, ସମ୍ପାଦକ ନିଗମାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଜୟନ୍ତ କୁମାର ସାହୁ, ସୁକୁମାର ଦାସ, ସୁରେଶ ଚନ୍ଦ୍ର ଗିରି, ଗୈାତମ ପ୍ରଧାନ, ସୁରେନ୍ଦ୍ର ବ୍ରହ୍ନ, କାଳିଚରଣ ସାହୁ, ବେଣୁଧର ବେହେରା, ହରି ବେଶ୍ରା, ମହେଶ୍ୱର ପ୍ରଧାନ, ମନୋରଞ୍ଜନ ଘୋଷ, ଅରୁଣ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ସେହି ଶ୍ମଶାନ ଜମିରେ ମୋଟ ୭୦ଜଣ ଲୋକ ଜବରଦଖଲ କରି ରହିଛନ୍ତି। ଗ୍ରାମବାସୀଙ୍କର ଦାବି ଫଳରେ ବର୍ତ୍ତମାନ ସୁଦ୍ଧା ୩୦ଜଣଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ବାକି ୪୦ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୪ତାରିଖ ସୁଦ୍ଧା ଉକ୍ତ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri