ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର ତାଙ୍କ ନିଜସ୍ବ ଜମିରେ ପୋଖରୀ ଖନନ କରୁଥିଲେ । ଖବର ପାଇଁ ଯୁଯୁମୁରା ପୋଲିସ ଓ ତହସିଲଦାର ସୁମନ ମିଞ୍ଜ ଚଢ଼ାଉ କରି ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲେ । ଉକ୍ତ ଗାଡିଗୁଡିକୁ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ସରପଞ୍ଚ ମଧ୍ୟସ୍ତ କରିଥିବା ଚର୍ଚ୍ଚା ହେଉଛି । ଏସ୍ପି କନୱର ବିଶାଳ ସିଂଙ୍କ ପାଖରେ ଅଭିଯୋଗ ହେଲାପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସପି ସିଂ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି। ଶୁକ୍ରବାର ଯୁଯୁମୁରା ଥାନା ପୋଲିସ ଟାକ୍ଟର ଓ ଜେସିବି ମାଲିକ ଏବଂ ପୋଖରୀ ଖୋଳୁଥିବା ଦୟାନିଧିଙ୍କ ଘରକୁ ଯାଇ ଆପୋଷ ବୁଝାମଣା କରି ଅନୁରୋଧ କରିଥିବା ଜଣାପଡିଛି । ଏହି ଘଟଣାରେ ମୂଲଚାଲ ହେଉଥିବା ଅଡିଓ ଟେପ୍ ମଧ୍ୟ ଭାଇରାଲ ହୋଇଛି । ଅଭିଯୋଗରେ ୪ଟି ଟ୍ରାକ୍ଟର ଓ ପୋଖରୀ ଖୋଳୁଥିବା ଜମି ମାଲିକ ଦିବାକର ମୋଟ ୨୮ ହଜାର ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି । ସେହିରି ପୋଲିସ ପିସିଆର ଭ୍ୟାନରେ ଡିଜେଲ ପକାଇଥିବା ଅଭିଯୋଗ ହୋଉଛି । ବାଧ୍ୟତାମୂଳକ ଭାବେ ଗାଡିକୁ ମୁକାଳିବା ପାଇଁ ଟଙ୍କା ଦେଇଥିବା ସେ ସ୍ବୀକାର କରିଛନ୍ତି । ଅନ୍ୟପଟେ ପୋଲିସ ଜେସିବି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ତହସିଲଦାର ମିଞ୍ଜ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଗାଡି ନମ୍ବର ଓ ପୋଲିସ ମାମଲା ରୁଜୁ କରିଥିବା ଗାଡି ନମ୍ବରର ତାଳମେଳ ରହୁନାହିଁ । ସେହିପରି ଟ୍ରାକ୍ଟର ଗୁଡିକର ଟ୍ରଲି ରେଜିଷ୍ଟ୍ରେସନ ହୋଇ ନ ଥିବା ବେଳେ କେତୋଟି ଗାଡିର ବୀମା, ପଲ୍ୟୁସନ ପ୍ରମାଣପତ୍ର ମଧ୍ୟ ନ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏକ ବାଇକ ନମ୍ବର ରହିଛି । କରୋନା କଟକଣା ଥିବା ସମୟରେ ଗାଡି ଜବତ କରିବା ପୋଲିସକୁ ଏକ ସଫଳତା ମିଳିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ହେଲେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି । ତେଣୁ ଏହି ଘଟଣାକୁ ଉଚିତ ଭାବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଛି । ତେବେ ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ତାରାବତୀ ପ୍ରଧାନ କହିଛନ୍ତି ଯେ, ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଓ ପାଣିରେ ବୁଡି ଜଣେ ମୃତ୍ୟୁ ଘଟିଥିବା ଘଟଣାରେ ଦୁଇ ଦିନ ହେଲା ସେ ତଦନ୍ତରେ ବ୍ୟସ୍ତ ରହିଥିଲେ। ଥାନାରେ କର୍ମଚାରୀ ଅଭାବ ରହିଛନ୍ତି। ତେଣୁ ସେହି ମାମଲାର ତଦନ୍ତରେ ବିଳମ୍ବ ହୋଇଛି ବୋଲି କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ
ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ…
ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
Archives

