ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ ବୁଝି ଜଳ ଅପଚୟ କରିବା ଫଳରେ ଆଗାମୀ ଦିନରେ ଭୟାଭୟ ପରିସ୍ଥିତି ଉପୁଜିପାରେ। ଏଣୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡିଛନ୍ତି ବଲିଉଡର କିଛି କଳାକାର। ସୁପରଷ୍ଟାର ଅକ୍ଷୟ କୁମାର, ଆମିର ଖାନ୍‌, ଫରହାନ୍‌ ଅଖ୍‌ତର, ନାନା ପାଟେକର ପ୍ରମୁଖ ‘ଜଳ ସଂରକ୍ଷଣ’ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି।

ଆମିର ‘ସତ୍ୟମେବ ଜୟତେ’ ଟିମ୍‌ ସହ ମିଶି ‘ପାଣି ଫାଉଣ୍ଡେଶନ’ ନାମକ ଏକ ସଂସ୍ଥା ନିର୍ମାଣ କରିଛନ୍ତି। ସେହିଭଳି ଫରହାନ ‘ମିଶନ ବ୍ଲୁ’ ନାମକ ଏକ ସଂସ୍ଥା ସହ ଜଡ଼ିତ ଅଛନ୍ତି। ସେହିଭଳି ଅକ୍ଷୟ ୨୦୧୫ରେ ଜଳଯୁକ୍ତ ସିଭର ଅଭିଯାନରେ ସାମିଲ ହୋଇଥିଲେ। ଏହା ବିଶେଷକରି ଶୁଖିଯାଇଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଭଳି କାମ କରିଥାଏ। ନାନା ପାଟେକର ‘ନାମ ଫାଉଣ୍ଡେଶନ’ ଆରମ୍ଭ କରି ମହାରାଷ୍ଟ୍ରର କୃଷକମାନଙ୍କ ଅବସ୍ଥା ସୁଧାରିବା ନିମନ୍ତେ କାମ କରୁଛନ୍ତି।

Share