ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’

ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍‌ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି ଦେଶ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ପଡ଼ିଛି। ଏଥିରୁ ମୁକୁଳିବାକୁ ସେଠାକାର ସରକାର ଆରମ୍ଭ କରିଛନ୍ତି ‘ବେବି ବୋନସ’ ଯୋଜନା। ଏଥିଲାଗି ଗ୍ରୀସ୍‌ ସରକାର ୧୪୦୦ କୋଟି ଟଙ୍କାର ବଜେଟ କରିଛନ୍ତି। ଜଣେ ପ୍ରସୂତିଙ୍କୁ ଥରେ ପ୍ରସବ ପାଇଁ ୧.୫୮ ଲକ୍ଷ ଟଙ୍କା ବୋନସ ଦିଆଯାଉଛି। ମାରିଆ ପରଦଲାକିସ୍‌ ପ୍ରଥମ ହିତାଧିକାରୀ ଭାବେ ଏହାର ଲାଭ ଉଠାଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଗ୍ରୀସ୍‌ର ମୋଟ ଜନସଂଖ୍ୟା ୧.୦୭ କୋଟି। ଯଦି ଆଗାମୀ ଦିନରେ ଜନ୍ମ ହାର ଆଶାନୁରୂପକ ଭାବେ ନ ବଢ଼େ ତେବେ ୩୦ବର୍ଷରେ ଜନସଂଖ୍ୟା ଏକତୃତୀୟାଂଶ କମିଯିବ। ଏବେକାର ଜନସଂଖ୍ୟା ହାରକୁ ଅନୁଧ୍ୟାନ କଲେ ୨୦୫୦ ବେଳକୁ ଗ୍ରୀସ୍‌ର ୩୬% ନାଗରିକଙ୍କ ବୟସ ୬୫ ପାର୍‌ କରିସାରିଥିବ, ଯାହା ୧୯୭୦ରେ ମାତ୍ର ୭% ଥିଲା। ବିଶେଷ କରି ଗତ ଦଶନ୍ଧିରେ ଏହି ସମସ୍ୟା ଚରମ ସୀମାରେ ପହଞ୍ଚତ୍ଛି। ଏହାର ପ୍ରମୁଖ କାରଣ ଦେଶାନ୍ତରୀ। ୨୦୧୦-୧୫ରେ ଗ୍ରୀସ୍‌ରେ ୨୮% ବେରୋଜଗାରି ବଢ଼ିଛି। ପେଟପାଟଣା ଚିନ୍ତାରେ ପାଖାପାଖି ୫ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ୟୁରୋପୀୟ ରାଷ୍ଟ୍ର ସମେତ ଆମେରିକା, କାନାଡ଼ା, ଅଷ୍ଟ୍ରଲିଆରେ ବସତି ସ୍ଥାପନ କରିସାରିଲେଣି। କେବଳ ଗ୍ରୀସ୍‌ ନୁହେଁ; ସ୍ପେନ, ଇଟାଲୀ, ଫିନ୍‌ଲ୍ୟାଣ୍ଡ, ସାଇପ୍ରସ୍‌ ଭଳି କ୍ଷୁଦ୍ର ଦେଶ ମଧ୍ୟ ଜନସଂଖ୍ୟା ହ୍ରାସ ପାଇଁ ଚିନ୍ତାର ପଡ଼ିଛନ୍ତି।
ଗ୍ରୀସ୍‌ର ଅସ୍ତିତ୍ୱ ବଞ୍ଚାଇବାକୁ ଏପରି ଯୋଜନା କରାଯାଇଛି। ଆର୍ଥିକ ଅଭିବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ। ଜନସଂଖ୍ୟା ବଢ଼ାଇବା ପାଇଁ ଯୁବପିଢ଼ିଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଯଦି ଏପରି ଯୋଜନା ଫଳପ୍ରଦ ନ ହୁଏ, ତେବେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼ିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପୂର୍ବତନ ଏକାଡେମିକ୍‌ ଡୋମନ ମାଇକେଲ୍‌ ହାଇଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri