ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ

ରାମନାଥପୁରମ୍‌,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କ ଫଟୋ ଧରି ବିବାହ ଲାଗି ସ୍ବୀକୃତି ଦେବାକୁ ଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି। ବୟସର ତାରତମ୍ୟ ଦୃଷ୍ଟିରୁ ଏହି ଆବେଦନକୁ ଖାରଜ କରାଯିବାରୁ ବୃଦ୍ଧ ଜଣକ କହିଛନ୍ତି ଯେ, ସେ ୨୦୦୪ ଏପ୍ରିଲ୍‌ ୪ରେ ଜନ୍ମ ହୋଇଛନ୍ତି। ଏବେ ତାଙ୍କର ବୟସ ୧୬ ବର୍ଷ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃଦ୍ଧଙ୍କ ଆବେଦନ ଖାରଜ କରାଯିବା ସହିତ କୁହାଯାଇଛି ଯେ, ସମ୍ପୃକ୍ତ ବୃଦ୍ଧଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ। ତେବେ ବୃଦ୍ଧ ଜଣକ ଏନେଇ ଧମକ ଦେଇଛନ୍ତି। ତାଙ୍କ ଆବେଦନକୁ ସ୍ବୀକୃତି ନ ମିଳିଲେ ସେ ସିନ୍ଧୁଙ୍କୁ ବାଧ୍ୟ ହୋଇ ଅପହରଣ କରିବେ ବୋଲି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri