ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏକ ବାର୍‌ହା ଜନବସତିରେ ପଶି ବେଶ ହଲ୍ଲାପଟା କରିଛି । ଯାହାକୁ ନେଇ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଉଦଳା ଏନଏସିର ୬ ନଂ. ୱାର୍ଡ ଭିତରକୁ ଗତକାଲି ହଠାତ୍‌ ସ୍ଥାନୀୟ ବନାଞ୍ଚଳରୁ ଏକ ବାର୍‌ହା ପଶି ଆସିଥିଲା। କେହି ଶିକାରୀ ଶିକାର ଉଦ୍ଦେଶ୍ୟରେ ବାର୍‌ହାଟିକୁ ତୀର ମାଡ଼ କରିଥିଲା। ଯାହାଫଳରେ ତୀରଟି ବାର୍‌ହାର ବାମ ପାଖ କାନ ନିକଟରେ ଲାଗି ରହିବା ସହିତ ବାର୍‌ହାଟି ଆକ୍ରମଣାମତ୍କ ହୋଇ ଉଠିଥିଲା । ଦୌଡି ଆସି ୬ ନଂ. ୱାର୍ଡସ୍ଥିତ ଜନବସତିରେ ପଶି ଯାଇଥିଲା ା ପରେ ଏହି ୱାର୍ଡର ଜଣେ ବ୍ୟକ୍ତିଙ୍କ ବାଡିରେ ବାର୍‌ହାଟି ଲୁଚି ରହିଥିଲା ା ଖବର ପାଇ ଉଦଳା ବନବିଭାଗ ସେଠାରେ ପହଞ୍ଚତ୍ ରାତି ହେଲେ ବାର୍‌ହାଟିକୁ ଜଙ୍ଗଲକୁ ଘଉଡାଇବା ନିମନ୍ତେ ଜଗି ରହିଥିଲା। ମାତ୍ର ସ୍ଥାନୀୟ ଲୋକେ ତାକୁ ଘଉଡାଇବା ଆରମ୍ଭ କରିଥିଲେ ା ଫଳରେ ବାର୍‌ହାଟି ଜନବସତିରେ ଦୌଡି ବୁଲିଥିଲା ା ଏପରିକି ସିନେମା ହଲ୍‌ ରାସ୍ତାରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଥିଲା ା ପରେ ବାର୍‌ହାଟି ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାର୍ଶ୍ୱ ରାସ୍ତା ଦେଇ ଏନଏସିର ୯ ନଂ. ୱାର୍ଡକୁ ଚାଲି ଯାଇଥିଲା ା ସେଠାରୁ ବନବିଭାଗ ବାରହାଟିକୁ ତେଲଦିହୁଡି ସ୍ଥିତ ହୁଡିସାହି ଜଙ୍ଗଲକୁ ଘଉଡାଇ ଦେଇଥିଲା। ବାର୍‌ହାଟି ଜନବସତିରେ ପଶିବା ପରେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ବାର୍‌ହା ଦେହରେ ତୀର ଲାଗିଥିବା ବେଳେ ତାହାର ଚିକିସତ୍ା କିପରି ହେବ ନା ଜଙ୍ଗଲରେ ପଶିବା ପରେ ତା’ର ମୃତ୍ୟୁ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri