Categories: ଜାତୀୟ

ଜଣଙ୍କ ମୃତଦେହ ନେବା ପାଇଁ ଅଡି ବସିଲେ ୭ ସ୍ତ୍ରୀ

ହରିଦ୍ୱାର,୨।୧୦: ଧର୍ମନଗରୀ ହରିଦ୍ୱାରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତଦେହ ନେବା ପାଇଁ ଅଡି ବସିଛନ୍ତି ତାଙ୍କ ୭ ସ୍ତ୍ରୀ। ଘଟଣାକୁ ନେଇ ପୋଲିସର ମୁଣ୍ଡବିନ୍ଧା ବଢିଛି। ସୂଚନାଯୋଗ୍ୟ, ରବିବାର ହରିଦ୍ୱାରରେ ପବନ କୁମାର(୪୦) ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ୭ ଜଣ ମହିଳା ତାଙ୍କ ମୃତଦେହ ନେବା ପାଇଁ ଜିଦ୍‌ ଧରି ବସିଥିଲେ। ସମସ୍ତେ ନିଜକୁ ମୃତକଙ୍କ ସ୍ତ୍ରୀ ବୋଲି ଦାବି କରିଥିଲେ। ଯାହା ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା। ଏତେ ସବୁ ଡ୍ରାମା ପରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପବନ ପେସାରେ ଜଣେ ଡ୍ରାଇଭର ଥିଲେ। କିନ୍ତୁ ସେ କେତେଜଣଙ୍କୁ ବିବାହ କରିଥିଲେ ତାହା ପୋଲିସ ଏବେ ତଦନ୍ତ କରୁଛି।

Share