ଜଟଣୀ ମ୍ୟୁନିସିପାଲିଟି: ୫ ଲକ୍ଷ ଫନୀ ଟଙ୍କା ହଡ଼ପ

ଜଟଣୀ,୩।୮(ଡି.ଏନ.ଏ.): ବିଗତ ଦିନରେ ଲାଞ୍ଚ ନେବା, ଭତ୍ତା ଟଙ୍କା ହଡ଼ପ କରିବା ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ କରି ଜଟଣୀ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲାଞ୍ଚ ନେବା ସମୟରେ ଲଳିତ କପୁର ନାମ୍ନୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ପୂର୍ବରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏବେ ବାତ୍ୟା ଫନୀ ପାଇଁ ଆସିଥିବା ଟଙ୍କା ମଧ୍ୟ ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଚଳୁ କରି ଦେଇଛନ୍ତି। ଯାଞ୍ଚ ସମୟରେ ସନ୍ଦେହ ହେବାରୁ ନିର୍ବାହୀ ଅଧିକାରୀ ଏହା ଜାଣି ପାରିଥିଲେ। ପରେ ଏପରି ଘଟଣା ପଦାକୁ ଆସିଛି। ବେନିୟମ ପନ୍ଥା ଅବଲମ୍ବନ କରି କେତେଜଣ କର୍ମଚାରୀ ପାଖାପାଖି ୫ ଲକ୍ଷ ବାତ୍ୟା ଫନୀ ଟଙ୍କା ହଡ଼ପ କରି ନେଇଛନ୍ତି। ତଦନ୍ତ ଚାଲିଥିବାରୁ ହଡ଼ପ ଟଙ୍କାର ପରିମାଣର ଆହୁରି ବଢ଼ିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ବାତ୍ୟା ପରେ ରାଶନକାର୍ଡ଼ଧାରୀଙ୍କୁ ସହାୟତା ସ୍ବରୂପ ୨ ହଜାର ଓ ପଲିଥିନ ବାବଦରେ ୫ ଶହ କରି ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ହେଲେ ଅନେକ ରାଶନକାର୍ଡ଼ଧାରୀ ଅଢ଼େଇ ହଜାର କରି ଦୁଇଥର ତଥା ୫ ହଜାର ଟଙ୍କା ନେଇଥିବା ଯାଞ୍ଚ ସମୟରେ ଧରାପଡ଼ିଥିଲା। ଗୋଟିଏ ତାଲିକାରେ ରାଶନକାର୍ଡ଼ଧାରୀଙ୍କ ଦସ୍ତଖତ ଥିବା ବେଳେ ଅନ୍ୟ ଏକ ଖାତାରେ ସମାନ ନାମରେ ଟିପ ଚିହ୍ନଥିବା ଦେଖିବାକୁ ମିଳିଥିଲା। ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ସହାୟତା ଅର୍ଥ ରାଶିର ଖର୍ଚ୍ଚ ରିପୋର୍ଟ ସରକାରଙ୍କୁ ପ୍ରଦାନ ପାଇଁ ରେକର୍ଡ ପ୍ରସ୍ତୁତ ହେଉଥିବା ସମୟରେ ନିର୍ବାହୀ ଅଧିକାରୀଙ୍କ ନଜରକୁ ପ୍ରଥମେ ଏହା ଆସିଥିଲା। ଜଣେ ରାଶନକାର୍ଡଧାରୀଙ୍କ ଗୋଟିଏ ସ୍ଥାନରେ ଦସ୍ତଖତ ଓ ଅନ୍ୟଟିରେ ଟିପ ଚିହ୍ନ ଥିବା ଯାଞ୍ଚ ବେଳେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଥିଲା। ଫଳରେ ଏହାର ତଦନ୍ତ ପାଇଁ କମ୍ୟୁନିଟି ଅର୍ଗାନାଇଜରଙ୍କୁ ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେଇଥିଲେ। ସେମାନେ ଘରକୁ ଘର ବୁଲି ଏହାର ଅନୁଧ୍ୟାନ କରିଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପ୍ରକୃତ ଘଟଣା ପଦାକୁ ଆସିଥିଲା। ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ୨୪୩ ଜଣଙ୍କ ନାମରେ ୨ ଥର ଲେଖାଏ ଟଙ୍କା ଉଠିଥିବା ନେଇ ଦେଖାଯାଇଥିବା ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କହିଛନ୍ତି। ଟଙ୍କା ବାଣ୍ଟିବା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଏ ନେଇ ପଚରାଉଚୁରା କଲା ପରେ ହଡ଼ପ କରିଥିବା କର୍ମଚାରୀ ୪ ଲକ୍ଷ ୨୬ ହଜାର ଟଙ୍କା ଫେରସ୍ତ କରି ସାରିଲେଣି। ଆହୁରି ୩୦ ଜଣ ନାମରେ ହଡ଼ପ ହୋଇଥିବା ଟଙ୍କାକୁ ସମ୍ପୃକ୍ତ କର୍ମଚାରୀମାନେ ଶୀଘ୍ର ଫରାଇବେ ବୋଲି ନିର୍ବାହୀ ଅଧିକାରୀ ମହାପାତ୍ର କହିଛନ୍ତି। ହଡପ କରି ଧରା ପଡ଼ିବା ପରେ ଟଙ୍କା ଫେରସ୍ତ କରିଥିବା କର୍ମଚାରୀଙ୍କ ବିରୋଧରେ ଏଯାବତ୍‌ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କେତେଜଣ କଣ୍ଟ୍ରୋଲ ଡିଲର ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କ ଅସାଧୁ ମେଣ୍ଟରେ ଲକ୍ଷାଧିକ ବାତ୍ୟା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଡିଲରମାନେ ରଖିଥିବା ଭୂତ ରାଶନକାର୍ଡ ମାଧ୍ୟମରେ ଟଙ୍କା ହଡ଼ପ କରାଯାଇଛି। ଏଥିରେ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗରୁ ଜଣାପଡିଛି। ଏହାର ତଦନ୍ତ କରାଗଲେ ଆଉ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri