ଜଙ୍ଗଲ ଜମିରେ ବେଆଇନ ଖାଦାନ: ଆରୁହାରେ ୧୪୪ ଧାରା ଜାରି

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୨୧ା୮: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ଜଙ୍ଗଲ ଜମିର ୧୫୩ ଏକର ପିରିମିତ ଅଞ୍ଚଳ ଉପରେ ମଙ୍ଗଳବାର ୧୪୪ ଧାରା ଲାଗୁ ହୋଇଛି। ଏହାସହ ଏକାଧିକ ଛୋଟବଡ଼ କ୍ରଶର ସିଲ୍‌ ହୋଇଛି। ଏହାପରେ ସେଠାରେ ଚାଲିଥିବା ବେଆଇନ ପଥର ଖାଦାନ ଓ ଷ୍ଟୋନ କ୍ରଶର ଉପରେ ଏକପ୍ରକାର ଅଙ୍କୁଶ ଲାଗିଛି। ଆରୁହା କଳାପଥର ପାହାଡ଼ ଓ ଏହାର ପାଦଦେଶ ଅଞ୍ଚଳରେ ଏକାଧିକ ପଥର ଖାଦାନ ଓ କ୍ରଶର ଗଢି ଉଠିଥିଲା । ୨୭ା୨ା୨୦୧୯ ରେ ଆରୁହା ସର୍କଲର ରାଜସ୍ବ ନୀରିକ୍ଷକ ଏନେଇ ଧର୍ମଶାଳା ତହସିଲଦାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ସେ ଦର୍ଶାଇଥିଲେ ଯେ, ଆରୁହା କିସମ ପାହାଡ ଅଟେ ଏବଂ ଏହା ଆବାଦ ଅଯୋଗ୍ୟ ଅନାବାଦୀ ଖାତାର ଅନ୍ତର୍ଭୁକ୍ତ । ଏହି ପାହାଡ଼କୁ କାହାରିକୁ ଲିଜ୍‌ ଦିଆଯାଇ ନ ଥିବାରୁ ବେଆଇନ ଭାବେ କଳାପଥର ଚାଲାଣ କରାଯାଉଛି । ଏସଂକ୍ରାନ୍ତରେ ବିଭିନ୍ନସ୍ତରରେ ଅଭିଯୋଗ ମଧ୍ୟ ହୋଇଥିଲା । ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ କଟକ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କଳାପଥର ଖାଦାନଗୁଡିକର ତଦନ୍ତ ସମୟରେ ବେଆଇନ ଖାଦାନ ଓ କ୍ରଶରଗୁଡିକ ସରକାରୀ ଜଙ୍ଗଲ ଜମିରେ ଚାଲିଛି। ବିଶେଷକରି ବିଛାଖଣ୍ଡି, ଅଞ୍ଜିରା, ଡଙ୍କାରୀ, ରାହାଡ଼ପୁର ଓ ଆରୁହା ଅଞ୍ଚଳର ଖାଦାନଗୁଡ଼ିକରେ ଲିଜ୍‌ ନ ଥାଇ ଜଙ୍ଗଲ ଜମିରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି ବୋଲି ପତ୍ରରେ ଦର୍ଶାଯାଇଥିଲା। ଏହିମର୍ମରେ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ରାଜସ୍ବ ବିଭାଗ ପକ୍ଷରୁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଧର୍ମଶାଳା ଥାନାଧିକାରୀ ସରୋଜ ସାହି, ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ, ଦେବୀ ମହାନ୍ତି ପ୍ରମୁଖ ଆରୁହା ଉପରେ ୧୪୪ ଧାରା ଜାରି କରିଛନ୍ତି ା ଅଗାମୀ ଦିନରେ ଏହି ଜଙ୍ଗଲ ଜମିରେ ଚାଲିଥିବା କ୍ରଶରଗୁଡିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି । ତେବେ ଜିଲାରେ ୧୪୦ଟି କ୍ରଶରର ପୁର୍ନରୁଦ୍ଧାର କରିବାକୁ କ୍ଲଷ୍ଟର କ୍ରଶର ପ୍ରକ୍ରିୟା ଆରମ୍ଭ ହୋଇଛି। ଆରୁହା, ଅଅଁଳାଝାଟି, ଅଞ୍ଜିରା ଓ ବାରଡାଠାରେ ୧୬୦ ଏକର ଜମିରେ ଏହି କ୍ଲଷ୍ଟର ସ୍ଥାପନ ହେବ । ଏଥିପାଇଁ ୮୭ ଜଣ କ୍ରଶର ମାଲିକ ମନୋନୀତ ହୋଇଥିବାବେଳେ ବାକି ୫୩ ଜଣଙ୍କ ଲଟେରୀ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri